ରାମଗିରି କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟରେ ଠିକାଦାର ଓ ଯନ୍ତ୍ରୀ ଙ୍କ ମିଲିଭଗତରେ ହରିଲୁଟ୍

ଦଣ୍ଡପାଣି ବଡ଼ ମୁଣ୍ଡି (ଜିଲ୍ଲା ପରିଷଦ ) – ସତ୍ୟ ନାରାୟଣ (ସ୍ଥାନୀୟ ବାସୀ)  -ଶ୍ରୀ ମତୀ ସସ୍ମିତା କାର୍ଯ୍ୟ (ରାମଗିରି ସରପଞ୍ଚ ) ଅଭିଯୋଗ କରିଛନ୍ତି ।

୮ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ପ୍ରାଥମିକ ସ୍ତରରୁ ସର୍ବସାଧାରଣ ପିଲା ଙ୍କ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରିବା ସହ ନୂତନ କୋଠା ନିର୍ମାଣ ପାଇଁ ଅନେକ ଯୋଜନା ପାଇଁ କନ୍ଦ୍ର ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଲାଭଖୋର ମନୋବୃତି ଯୋଗୁଁ ଅନେକ ସ୍ଥାନରେ ନିନ୍ମମାନର କାମ ହେଉଥିବା ନଜର୍ ରହିଛି ।ଠିକ୍ ସେହିଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦିଗିରି ବ୍ଲକ୍ ରାମଗିରି କେନ୍ଦ୍ରୀୟ ବିଦ୍ୟାଳୟ । ଏହି 18 କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ଗୋଟିଏ ନୂତନ ବିଲ୍ଡିଂ କାମ ଚାଲୁ ରହିଛି । କିନ୍ତୁ ଫଳ କ ମଧ୍ୟ ଲାଗି ଥିଲା ଭଙ୍ଗା ହେlଇଯାଇଛି ଖଜୁରୀ ଗଛ ର କି ଗୁଣ ଗାଇବି ମୂଳରୁ ପାହାଚ ପହାଚ ଭଳି ସରକାର କା ମାଲ୍ ଦରିୟା ମେ ଡାଲ୍ ନିତିରେ କାମ ହେଉଛି । ଫାଉଣ୍ଡେସନ କାମ ଆରମ୍ଭ ରୁ ହିଁ ନିନ୍ମମାନର କାମ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ । କମ୍ ଗଭୀରତା ରେ ଫାଉଣ୍ଡେସନ ଖୋଳିବା ସହ କେବଳ ପଥର ପକାଇ ଭୂମି ଲେବୁଲ୍ ରେ ନିନ୍ମମାନର ଵାଲିସିମେଣ୍ଟ ମଶଲାରେ କାମ ହେଉଥିବା ଅଭିଯୋଗ କରି କାର୍ଯ୍ୟକୁ ବନ୍ଦ କରିଛନ୍ତି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସଠିକ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ । ଦଣ୍ଡପାଣି ବଡ଼ ମୁଣ୍ଡି (ଜିଲ୍ଲା ପରିଷଦ ) -ସ୍ଥାନୀୟ ବାସୀ (ସତ୍ୟ ନାରାୟଣ ) -ଶ୍ରୀ ମତୀ ସସ୍ମିତା କାର୍ଯ୍ୟ (ରାମଗିରି ସରପଞ୍ଚ ) ଅଭିଯୋଗ କରିଛନ୍ତି । ଏହି ବିଷୟ ନେଇ ରାମଗିରି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିେଯାଗ ପର ଜିଲ୍ଲାପାଳ ସୋମବାର ବିଦ୍ୟାଳୟ ଯାଇ କାମ କରୁଥିବା ଠିକାଦାର ତାଗିଦ୍ କରିବା ସହ ଖରାପ କାମ ଭାଙ୍ଗି ଭଲକରି କରିବା ସହ କାମରେ କାଦୁଆ ବାଲି, ସାଗର ଓ ରାମକୋ ସିମେଣ୍ଟ ନ ବ୍ୟବହାର କରିବାକୁ ତାଗିଦ୍ କରିଥିଲେ । ଜୀଲ୍ଲାପାଳଙ୍କ ପାଗିଦ୍ ପରେ ଠିକାଦାର ୧୦ ଦିନପରେ ଖରାପ କାମଗୁଡିକୁ ଭାଙ୍ଗିବା ଦେଖିବାକୁ ମିଳୁନି । ରାମଗିରି ଅଞ୍ଚଳରୁ ସୁଣିବାକୁ ମିଳୁଛି ଯେ ଅଭିଯୋଗ କାରିମାନଙ୍କୁ କିଛି ଟଙ୍କା ଦେଇ ପାଟି ବନ୍ଧ କରିଦେଇଛନ୍ତି ।

Exit mobile version