୮ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଫାଣ୍ଡି ନଈରୀ ଗ୍ରାମର ହରିଜନ ସାହିରେ ଘଟିଯାଇଛି ଏକ ବିଭତ୍ସ ହତ୍ୟା କାଣ୍ଡ | ମୃତକ ହେ-ଲେ ସାରଥୀ ନାୟକ (60) l ଘଟଣା ପ୍ରକାଶ ଯେ,ପ୍ରତିଦିନ ଭଳି ଆଜି ପୂର୍ବାହ୍ନ ରେ ନଈର ଗ୍ରାମର ସାରଥୀ ନାୟକ ଓ ତାଙ୍କ ପୁଅ ସନତ ନାୟକ ତାଙ୍କର ଏକ ଜାଗାରେ କୁକୁଡ଼ା ଫାର୍ମ କରିବା ପାଇଁ ଘର ତିଆରି କରୁଥିଲେ | ଆଗରୁ ନିର୍ମାଣ କାମ କରୁଥିବା ବେଳେ ସେହି ଗାଁ ର କେଦାର ନାୟକ ତାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲା | ଏମାନେ ଦୁଇଥର ଟଙ୍କା ବି ଦେଇଛନ୍ତି |
ଆଜି ପୁଣି କେଦାର ନାୟକ, ତାଙ୍କ ସ୍ତ୍ରୀ ସୁଷମା ନାୟକ, ପୁଅ ସୁକାନ୍ତ ନାୟକ ଫାର୍ମ ନିକଟକୁ ଆସି ଦୁଇ ଲକ୍ଷ ଟଙ୍କା ମାଗିଥିଲେ l ଉକ୍ତ ଟଙ୍କା ଦେବା ପାଇଁ ସାରଥୀ ମନା କରିବା ପରେ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା | ପରେ କେଦାର ଏକ ଧାରୁଆ ଛୁରୀ ରେ ପ୍ରଥମେ ପୁଅ କୁ ଆକ୍ରମଣ କରି ଆହତ କରିଥିଲା ବାପା ବିରୋଧ କରିବାରୁ ବାପାର ଛାତି କୁ ଛୁରାରେ ଆକ୍ରମଣ କରିବାରେ ଘଟଣା ସ୍ଥଳରେ ସାରଥୀ ଟଳି ପଡ଼ିଥିଲେ l ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ସାରଥୀ ଙ୍କୁ ନେଇ ବାଲୁଗାଁ ଡାକ୍ତର ଖାନରେ ଭର୍ତ୍ତି କରିଥିଲେ l କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ଏ ସଂକ୍ରାନ୍ତ ରେ ବାଣପୁର ଥାନା ନାଚୁଣୀ ଫାଣ୍ଡି ରେ ପରିବାର ପକ୍ଷରୁ ଏକ ହତ୍ୟା ଅଭିଯୋଗ କରିବା ପରେ ପୋଲିସ 565/22 ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି | ଅଭିଯୁକ୍ତମାନେ ଫେରାର ଅଛନ୍ତି ବୋଲି ବାଣପୁର ଆଇ ଆଇ ସି ଜୟ ପ୍ରକାଶ ପରିଡା କହିଛନ୍ତି l

