ହନୁମାନ ମନ୍ଦିର ଶୁଭ ଭୂମି ପୂଜନ ଅନୁଷ୍ଠିତ

୮ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :-
ଦୀର୍ଘ ଦିନ ଧରି ଆଲାଇଡିହ ଛକରେ ସଂଙ୍କଟ ମୋଚନ ଶ୍ରୀରାମ ଭକ୍ତ ହନୁମାନ ମନ୍ଦିର ଅବହେଳିତ ଅବସ୍ଥାରେ ପୂଜା ପାଉଥିଲେ | କିଛି ସ୍ଥାନୀୟ ଉଦ୍ୟୋକ୍ତ| ଭକ୍ତ ମନ୍ଦିର କୁ ସୁନ୍ଦର ଭାବରେ ନିର୍ମାଣ କରିବା ଲକ୍ଷ ରଖି ବିଦାନ୍ୟ ବ୍ୟକ୍ତି ମାନଙ୍କ ଠାରୁ ସାହାର୍ଯ୍ୟ ଭିକ୍ଷା କରି ଗତ ବୁଧବାର ଦିନ ନୂତନ ମନ୍ଦିରର ଭୂମି ପୂଜନ କରିଛନ୍ତି | ପୂର୍ବ ସମୟ ନିର୍ଘଣ୍ଟ ଅନୁଯାୟୀ ଅଲାଇଡ଼ିହ ବାବା ବୈଦ୍ୟନାଥଙ୍କ ମନ୍ଦିର ରେ ପୂଜାର୍ଚନା କରି ପୁଷ୍କରିଣୀ ରୁ ନାମ ସଂକୀର୍ତ୍ତନ କରି କଳସ ଶୋଭା ଯାତ୍ରା ରେ ବାହାରିଥିଲେ |

କଳସ ଆଣି ଛକରେ ଥିବା ମନ୍ଦିର ଠାରେ ପୂଜା ବିଧି ଅନୁସାରେ ଭୂମି ପୂଜନ କରାଯାଇଥିଲା | ଶତାଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କମିଟି ତରଫରୁ କରାଯାଇଥିଲା | ଏଥିରେ ହନୁମାନ କମିଟି ର ସଭାପତି ଜଳନ୍ଧର ରାଉତ, ସମ୍ପାଦକ ସର୍ବେଶ୍ୱର ବିଶୋଇ, ସଭ୍ୟ ପ୍ରମୋଦ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ଭଗବାନ ମହାରଣା, ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ | ଛକରେ ନୂତନ ମନ୍ଦିର ନିର୍ମାଣ ହେବା ଶୁଣି ସ୍ଥାନୀୟ ଅଂଚଳ ରେ ଖୁସିର ବତା ବରଣ ଖେଳି ଯାଇଛି |

Exit mobile version