ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କ୍ରିଷ୍ଣା ସିନେମା ହଲରେ ଗଜପତି ଜିଲ୍ଲା ସରକାରୀ କର୍ମଚାରୀ ଦେଖିଲେ ” ଦମନ୍” ଚଳଚ୍ଚିତ୍ର

୭ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସମସ୍ତ ଅଧିକାରୀ ଏବଂ କର୍ମଚରୀ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଏସ.କେ ସିନେମା ହଲରେ ଦମନ ଚଳଚ୍ଚିତ୍ର ଦେଖିଛନ୍ତି । ମ୍ୟାଲେରଆ ନିରାକରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘ କୁ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଦେଖିଛନ୍ତି । ଗଜପତି ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ଉପଜିଲ୍ଲାପଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼ାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚରୀମାନେ ଉପସ୍ଥିତ ରହି ସିନେମା ଦେଖିଥିଲେ ।ଗଜପତି ଜିଲ୍ଲାର ମ୍ୟେଲେରିଆ ପ୍ରବଣ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ପ୍ରତି ବନ୍ଧକ ସ୍ଵତେ ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟରତ ଡାକ୍ତର, ନର୍ସ କର୍ମଚାରୀ ମ୍ୟାଳେରିଆ ନିରାକରଣ ଉପରେ ଗୁରୁତ୍ୱ ଦେଇ କର୍ତ୍ତବ୍ୟ ତୁଲାଇ ଥିଲେ । ଦମନ ସିନେମା ଦେଖିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ତାଙ୍କର ପୁରୁଣା ଅଭିଜ୍ଞତାକୁ ମନେ ପକାଇଥିଲେ । ପ୍ରକାଶ ତାଉକି ଦମନ କୁ ଜିଲ୍ଲା ସ୍ତରରେ ପ୍ରଦର୍ଶନ କରିବା ଲାଗି ରଜ୍ୟ ସରକାର ନିଷ୍ପତି ନେଇଥିଲେ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗଠୁ ଗଜପତି ଜିଲ୍ଲା ପ୍ରଶାସନକୁ ଏ ସଂକ୍ରାନ୍ତରେ ଚିଠି ହୋଇଥିଲା । ଆସନ୍ତା କାଲି ମଧ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଡାକ୍ତର, ନର୍ସ ଓ ଅନ୍ୟା କର୍ମଚାରୀ ମଧ୍ଯ ଦେଖିବେ ବୋଲି ଅତିରିକ୍ତ ଜିଲ୍ଲାପଳ ଶ୍ରୀ ପଣ୍ଡା କହିଛନ୍ତି ।

Exit mobile version