ରଣପୁର ସିଡିପିଓ ଅଫିସ ସମ୍ମୁଖରେ ସମସ୍ତ ଅଙ୍ଗନୱ୍ଵାଡି କର୍ମି ଧାରଣା

୭ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ରଣପୁର ସିଡିପିଓ ଅଫିସ ସମ୍ମୁଖରେ ସମସ୍ତ ଅଙ୍ଗନୱ୍ଵାଡି କର୍ମି ଓ ସହାୟିକା ମାନଙ୍କ ତରଫରୁ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱର୍କରସ ଆସୋସିଏସନ ରଣପୁର ବ୍ଲକର ସଭାନେତ୍ରୀ ଶ୍ରୀମତି ଗାୟତ୍ରୀ ଦାସଙ୍କ ନେତୃତ୍ଵରେ ଏକ ବଡ଼ ଧାରଣାର ଆନ୍ଦୋଳନ କରାଯାଇ । ଦଫା ସମ୍ବଳିତ ଏକ ଦାବିପତ୍ର ରଣପୁର ସିଡିପିଓ ଓ ବିଡିଓଙ୍କୁ ଦିଆଗଲା । ସେମାନେ କହିବା ଅନୁଯାୟୀ ତୃଣମୂଳ ସ୍ତରରେ ସରକାରଙ୍କର ସମସ୍ତ ଯୋଜନାକୁ ସଫଳ କରୁଛନ୍ତି ।କିନ୍ତୁ ଦୁଃଖ ଓ ପରିତାପର ବିଷୟ ସରକାର ଆମକୁ ସ୍ଵଳ୍ପ ଦରମା ଓ ଭତ୍ତା ଦେଇ ଗୋତି ଶ୍ରମିକ ଭଳି ଖଟାଉଛନ୍ତି । ତେଣୁ ମାନଦେୟ ବୃଦ୍ଧି ଆମର ଏକାନ୍ତ ଆବଶ୍ୟକ । ଆଜି ସଂଘର କର୍ମକର୍ତ୍ତା ତଥା ସଂପାଦିକା ଶ୍ରୀମତି ରୁନୁ ନାୟକ ଉପସଦ୍ଭା ନେତ୍ରୀ ରେଣୁବାଳା ଭଞ୍ଜ କାର୍ଯ୍ୟକାରୀ ସଭାନେତ୍ରୀ ନିର୍ମଳା ପଟ୍ଟନାୟକ ସହ ସଂପାଦକ ଶ୍ରୀମତି କନକଲତା ସ୍ଵାଇଁ ଓ ସେ କ୍ଟର ଲିଜର ମାନଙ୍କ ଉପସ୍ଥିତିରେ ସିଡିପି ଓଓ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇ ତା ୫.୧୨.୨୦୨୨ ରିଖଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବା ପାଇଁ ନିଷ୍ପର୍ତ୍ତି ହୋଇଛି ।

Exit mobile version