୭ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଡାକରାରେ ଡିସେମ୍ବର ୭ ତାରିଖ ବୁଧବାରଦିନ ନୟାଗଡ ଜିଲ୍ଲା ସମନ୍ବୟ କମିଟି ପଖ୍ୟରୁ ନୟାଗଡ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟଙ୍କ ସମ୍ମୁଖରେ ବିଖ୍ୟୋଭ ଏବଂ ଆନ୍ଦୋଳନ ପ୍ରଦର୍ଶନ କରାଯାଇଛି | ଆଈ ଏନ୍. ଟିୟୁସି.,ଏଚ୍ ଏମ୍.ଏସ୍ .,ଏ ଆଇ. ଟି. ୟୁ ସି.,ଏ. ଆଇ ସି.ସି.ଟିୟୁ.,ଟିୟୁ.ସି.ସି.,ସେୱା.,ଏଲ୍.ପ୍.ଏଫ୍. ,ନୟାଗଡ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘର ନେତୃତ୍ବମାନେ ଏକତ୍ରୀତହୋଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷ ଉଦ୍ଗାରଣ କରିବାସହ ଶ୍ରମିକ ଓ କୃଷକ ବିରୋଧୀ ନୀତିକୁ ଘୋର ନିନ୍ଦା କରିଥିଲେ | 
ରାଜ୍ୟ ସରକାର ତୁରନ୍ତ ଶ୍ରମିକ ପଂଜିକରଣ କାର୍ଯ୍ୟକୁ ଉଭୟ ଅନ୍ ଲାଇନ୍ ଏବଂ ଅଫ୍ ଲାଇନ୍ ସହ ଓଟିପି.ବ୍ୟବସ୍ଥା ପ୍ରତ୍ୟାହାର କରିବା,ତୁରନ୍ତ ମୃତ୍ୟୁ,ବିବାହ,ଶିଖ୍ୟା ସହାୟତା ରାଶି ପ୍ରଦାନ କରିବା,ରିନ୍ୟୁଆଲ୍ ଆପ୍ରୁଭ୍ କରିବା ଆଦି ଦାବିରେ ଆନ୍ଦୋଳନ କରିଥିଲେ | ସଭାରେ ଅଫିସର୍ ରାଜ୍ କୁ କଠୋରଭାବେ ବିରୋଧ କରାଯାଇଥିଲା | କେବଳ ଅଫିସ୍ ରେ ବସିରହି, କାମ ନକରି ଦରମା ନେଉଥିବା କର୍ମଚାରୀମାନଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରକାଶ କରିଥିଲେ | ସିଆଇଟିୟୁ.ର ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ରଙ୍କ ସଭାପତିତ୍ବରେ ପରିଚାଳିତ ଏହି ଆନ୍ଦୋଳନରେ ବରିଷ୍ଠଶ୍ରମିକନେତା ଏସ୍ ଏମ୍.କରିମ୍.,ଡା. ବସୁଦେବ ମହାନ୍ତି, ଆଲୋକ ପ୍ରଧାନ, ଗୋପିନାଥ ଜେନା,ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ପ୍ରକାଶ ଚନ୍ଦ୍ର ମହାନ୍ତି,ସଂଜୟ ସାହୁ,ସୁବାଷ ଚନ୍ଦ୍ର ସାହୁ,ମନୋଜ ନାୟକ,ଅନୁସୂୟା ସ୍ବାଇଁ ପ୍ରମୁଖ ଯୋଗଦେଇ ସରକାରଙ୍କୁ ସମାଲୋଚନା କରିଥିଲେ |
