ଅବାଧରେ ଚାଲିଛି ଚୋରାମଦ ପୁଲିସ ଓ ଅବକାରୀ ବିଭାଗୀୟ ନିଷ୍କ୍ରୀୟତା

୭ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ଓ ଆର,ଉଦୟଗିରି ବ୍ଲକରେ ଅବାଧରେ ଚୋରା ମଦ କାରବାର ଚାଲିଥିବା ଦେଖିବାକୁ ମିଳୁଛି । ଏଥିରେ ଅବକାରୀ ବିଭାଗ ମଧ୍ୟ ନିଷ୍କ୍ରିୟ ରହିବା ଏବଂ ପୁଲିସ ସହାୟତା ପ୍ରଦାନ କରିବା ଅଞ୍ଚଳବାସୀର ସ୍ତ୍ରୀ ପାଇଁ ଉଦ୍ବେଶର ବିଷୟ ପାଲଟିଛି । ଆର. ଉଦୟଗିରିର ବ୍ଲକର ଛେଳିଗଡ,ଛେଳାଗଡ, ରଣାଲଇ, ରାମଗିରି, ମହେନ୍ଦ୍ରଗଡ, ଶିଆଳିଲଟି, ପୁରୁଣାପାଣି, ରଣ୍ଡିବା, ପରିସଳ, ତବାରସିଂ, ସୁବଳଡା, ମଙ୍ଗରାଜପୁର, ନୁଆଗଡ ବ୍ଲକର ଖଜୁରିପଦା,ନୁଆଗଡ,ବଡପଦା,କେରେଡାଙ୍ଗ, ପି,ଅନ୍ତରଡା, ତାବରଡା, ଗୋଲି, ଏନ୍, ଝାଲରସିଂ, ସମ୍ବଲପୁର,ସରଳାପଦର, ପରିମଳ ଅନୁଗୁରୁ, କିରାମା ସୁନ୍ଦରଡାଙ୍ଗ, ଉଦୟପୁର, ତୁମନ, ବୁରୁସିଂ ତରଭା, ପୁଟୁରୁପଡା, ବେତସିଂ, ରଙ୍ଗମାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଶୀମଦ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ରାୟଗଡା ସରକାରୀ ସ୍ବୀକୃତ୍ତି ପ୍ରାପ ବିଦେଶୀ ମଦ ଦୋକାନରୁ ପ୍ରତିଦିନ ନୁଆଗଡ, ଖଜୁରିପଦା, ବଡପଦା, କେରେଡାଙ୍ଗ ଏବଂ ଏହାର ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ଗାଡି ମଟରରେ ମଦ ଚାଲଣ ହୋଇ ଅଞ୍ଚଳର ବିଭିନ୍ନ ଦୋକାନରେ ଓ ହୋଟଲ ଗୁଡିକରେ ଖୋଲା ଖୋଲି ବିକ୍ରି ଲେଉଛି । ସେହିପରି ଆର. ଉଦୟଗିରି ଥାନାର ଛେଳିଗଡ ଅଞ୍ଚଳରେ ଲାଇସେନ୍ ଦେଶୀମଦ ଭାଟିରୁ ପ୍ରତିଦିନ ଶହ ଶହ ମଦପକଟ ବିଭିନ୍ନ ଗ୍ରାମରେ ବିକ୍ରି ହେବାର ଅଭିଯୋଗ ହେଉଛି ।

ଛେଳିଗଡ, ଛେଳାଗଡ ମହେନ୍ଦ୍ରଗଡ ଓ ରାମଗିରି ଗ୍ରାମର ବିଭିନ୍ନ ଜାଗା ଖୋଲା ଖୋଲି ଦେଶୀମଦ ପକଟ ବିକ୍ରି ହେବା ସହ ସରକାରୀ ଦରଠାରୁ ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳରେ ମଦ ବିକାଳି ପଚାରିଲେ ଆମେ ପୁଲିସ ଓ ଅବକାରୀ ବିଭାଗକୁ ମାସିକିଆ ଚାନ୍ଦାଦେଇ ମଦ ବିକ୍ରି କରୁଛୁ ତୁମର ହାତ କଣ କର ବୋଲି ଉତ୍ତର ମିଳୁଛି । ସାଧାରଣ ଲୋକ ଓ ଗ୍ରାମର ମହିଳା ମଣ୍ଡଳ ଏହି ମଦବିକ୍ରି ପ୍ରତିବାଦ କଲେ ପୁଲିସ ନାଲି ଆଖିରେ ଶିକାର ହେବା ସହ ମଦ ବେପାରିଙ୍କ ମାନେ ଆକ୍ରମଣ ଶିକାର ହେବାକୁ ପଡୁଛି ।

ଛେଳିଗଡ ଥିବା ସରକାରୀ ସ୍ବୀକୃତି ପ୍ରାପତ ଭାଟିରୁ ପ୍ରତିଦିନ ବିଭିନ୍ନ ଯାନ ବାହନ ଦ୍ବାରା ଅବାଧରେ ଏହାର ଆଖପାଖ ଅଞ୍ଚଳକୁ ପ୍ରତିଦିନ ଶହ ଶହ ପ୍ୟାକେଟ୍ ମଦ ଚାଲଣ ହେଉଛି । ଅବକାରୀ ଓ ପୁଲିସର ଏହାକୁ ଅଣଦେଖା ଚାଲିଛି । ଏହି ଚୋରାମଦ କାରବାର ଯୋଗୁଁ ଯୁବକମାନେ ମଦପିଇ ମାତାଲ ହୋଇ ବୁଲୁଥୀବା ରୁ ରାସ୍ତାରେ ଝିଅ, ବୋହୁ ଚାଲିବାକୁ ଅଞ୍ଚଳରେ ଭୟ କରୁଛନ୍ତି । ଏଥିସହ ଆର,ଉଦୟଗିରି ଓ ନୁଆଗଡ ଅଅଞ୍ଚଳରବାସୀ ବିଭିନ୍ନ ଜାଗାରେ ଜାଗାରେ ଜୁଆଖେଳ ଖୋଲା ଖୋଲି ଭାବେ ଚାଲିଥିବା ବେଳେ ପୁଲିସ ଅଧିକାରୀମାନେ ସବୁସୁଣି ମଧ୍ୟ ଚୁପ୍ ରହୁଛନ୍ତି । ଏଥିପ୍ରତି ଗଜପତି ଏସପି ଧନ୍ୟଦେଇ ପ୍ରିତିକାର କରିବାକୁ ଦାବି ହେଉଛି ।

Exit mobile version