୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ କମାର ଗୁଡା ବାଲି ଘାଟରେ ଆଜି ବେଆଇନ ଭାବେ ବାଲି ଚାଲାଣ କରୁଥିବା ୫ଟି ଟ୍ରାକ୍ଟର ଜବତ କରାଯାଇଛି । ସୂଚନାଯୋଗ୍ୟ ଆଜି କୈ।ଣସି ଏକ ସୂତ୍ରରୁ ଖବର ପାଇଁ ମୋଟୁ ତହସିଲଦାର ଶ୍ରୀ ସାଏବ ସବୀର ଶାହା, 
ରାଜସ୍ବ ପରିଦର୍ଶକ ଶ୍ରୀ କେ. ଚିନାରାଓ ଓ ପଡ଼ିଆ ରାଜସ୍ୱ ନୀରିକ୍ଷକ ଶ୍ରୀ ଚିନ୍ମୟ ମହାପାତ୍ରଙ୍କ ଦ୍ଵାରା ପଡ଼ିଆ କମାର ଗୁଡା ବାଲି ଘାଟରେ ଚଢ଼ାଉ କରାଯାଇ ୫ଟି ବାଲି ଚାଲାଣ ଟ୍ରାକ୍ଟର ଜବତ କରିବା ସହ ୫୫୦୦୦ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି ।

