୧୪୪ ଧାରା ରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି – ପାରଳଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍‌ (୦୫ ଜୁନ୍ ଶୁକ୍ରବାର ) ପାରଳଖେମୁଣ୍ଡି :- ଆଜି ପବିତ୍ର ଦେବ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦର୍ଶନ କରିବା ନିମନ୍ତେ ଭକ୍ତମହଲରେ ଥିଲା ନାହିଁ ନଥିବା ଆବେଗ । ମାତ୍ର କରୋନା ମହାମାରୀ ଛଡାଇ ନେଇଛି ଭକ୍ତ ମାନକ ଙ୍କ ଅବେଗକୁ । ୧୪୪ ଧାରା ଜାରି କରାଯାଇଛି ମନ୍ଦିରର ଚାରି ପାର୍ଶ୍ୱରେ ।

ଗଜପତି ଜିଲ୍ଲା ର ସଦର ମହକୁମା ପାରଳଖେମୁଣ୍ଡି ଠାରେ ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ରୀତିନୀତି ଅନୁସାରେ ପାଳନ ହୋଇଯାଇଛି, ଭୋର ସକାଳୁ ୩ଟାରେ ଦ୍ୱାର ଫିଟା ନିତି ଠାରୁ ଆରମ୍ଭ କରି ମଙ୍ଗଳ ଆଳତି ମୈଲମ, ପହଣ୍ଡି, ସ୍ନାନମଣ୍ଡପ ବିଜେ ହୋଇ ୧୦୮ ପଇଡରେ ସ୍ନାନ କରାଯିବା ପରେ ଗଜାନନ ବେଶ ଆଦି ସମସ୍ତ ନିତିକାନ୍ତି ସରିଛି, ପୁର୍ବ ପ୍ରସ୍ତୁତି ପ୍ରକାରେ ନିଦ୍ଧିଷ୍ଟ ସେବାୟତଙ୍କ ମଧ୍ୟରେ ବିନା ଭକ୍ତରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ଏହି ଦେବ ସ୍ନାନ ପୂର୍ଣ୍ଣିମା କୁ କଭେରେଜ୍ କରିବା ପାଇଁ ଗଣ ମାଧ୍ୟମର ପ୍ରତିିନିଧି ମାନଙ୍କୁ ମଧ୍ୟ ଛଡା ଯାଇନଥିଲା । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଉପିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ଓ ଆଦର୍ଶ ଥାନା ଅଧିକାରୀ ଵିବେକା ନନ୍ଦ ସ୍ୱାଇଁ ଙ୍କ ତ୍ୱତାବଧନାରେ ଜଗନ୍ନାଥ ମନ୍ଦିରର ଚର୍ତ୍ତୁ ପାର୍ଷରେ ସୁରକ୍ଷା ବ୍ୟବସ୍ଥା କୁ କଡ଼ା କଡି କରା ଯାଇଥିଲା । (ରିପୋର୍ଟ୍: ଗରୁଡ଼ ଧ୍ୱଜ ଚୌଧୁରୀ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version