Home ଓଡ଼ିଶା ଧାନ କିଆରୀକୁ ଜଗିବାକୁ ଯାଇ ଦନ୍ତା ହାତୀର ହାବୁଡ଼ରେ ଚାଷୀ ଆହତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- ଗତ ବର୍ଷଭଳି ଏବର୍ଷ ମଧ୍ୟ ଚାଷୀକୁ ନିଦ ହଜାଇ ଦେଇଛି ଜଙ୍ଗଲି ହାତୀ। ହାତୀ ପଲ ବଢିବା ସହ ଚାଷ କ୍ଷତିର ପାଦୂର୍ଭାବ ବଢ଼ିଚାଲିଛି । ନର୍ଲା ରେଞ୍ଚ ଉତ୍ତର ବନଖଣ୍ଡ “କମେଁ” ବିଟରେ ହାତୀ ଆଡ୍ଡା ଜମାଇଛନ୍ତି। ଯାହାଫଳରେ ରାତିରେ ଖାଦ୍ୟ ଅନ୍ୱେଷଣରେ ବାହାରି ନିକଟର ଥିବା ଜାମପଡ଼ା, ବାଗପୂର, ବଫଲା ଅଞ୍ଚଳର ଚାଷୀଙ୍କ ଧାନ, ଫସଲ ନଷ୍ଟ କରୁଛନ୍ତି । ଚାଷୀ ନିଜ ଚାଷ ଜମିରେ ରାତିରେ ଜଗି ରହୁଛି। ବିଚରା ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ବାର୍ଷିକ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଚାଷ କରିଛି। କିନ୍ତୁ ଜଂଗଲୀ ହାତୀ ଆସି ନଷ୍ଟ କରୁଛନ୍ତି ଚାଷ । ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାର ଅସଫଳ ହେଉ ବା ଜଙ୍ଗଲରେ ହାତୀର ଖାଦ୍ୟ ଅଭାବ ହେଉ ଚାଷୀ ଚାଷ ଓ ଜୀବନ ସୁରକ୍ଷାରେ ଅସୁରକ୍ଷିତ ମନେ କରୁଛନ୍ତି । ସମସ୍ତ ଚାଷୀ ଏକତ୍ରିତ ହୋଇ ନିଜ ନିଜର ଚାଷ ବଞ୍ଚାଇ ବାକୁ ଯାଇ ହାତୀର ଆକ୍ରମଣ ଶିକାର ହେବାର ଦେଖାଦେଇଛି। ନର୍ଲାବ୍ଲକ୍ ଅନ୍ତର୍ଗତ ବାଗପୂର୍ ଗ୍ରାମର ଜଣେ ବ୍ୟକ୍ତି କ୍ଷମା ସାଗର ସାହୁ ବୟସ ( ୪୬) ରାତିରେ ନିଜ ଚାଷ ଜମିକୁ ଫସଲ ଜଗିବାକୁ ଯାଇଥିବା ବେଳେ ୬ଟିକିଆ ହାତୀ ଦଳ ହାବୁଡାରେ ପଡ଼ି ଦନ୍ତା ହାତୀ ଆକ୍ରମଣରେ ଆହତ ହୋଇ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । ତାଙ୍କୁ କିଛି ଚାଷୀ ପ୍ରଥମେ ନର୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ କିନ୍ତୁ ଛାତିରେ ପିଠି ଓ ଅଣ୍ଟାରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ଆଖିରେ ଆଘାତ ଲାଗିବା ସହ ପିଠି ଓ ଛାତି ଚାପି ହେବା ଫଳରେ ଅଣ୍ଟାର କୌଣସି ଏକ ହାଡ଼ ଭାଙ୍ଗି ଯାଇଛି । ବନବିଭାଗ ପକ୍ଷରୁ ଫରେଷ୍ଟର ଭବାନୀଶଙ୍କର ନାଏକ ଉକ୍ତ ବ୍ୟକ୍ତିଙ୍କୁ ଭେଟି ସହାୟତା ରାଶି ବାବଦକୁ ୬ ହଜାର ଟଙ୍କା ଦିଆଯାଇଥିବା ଜଣାପଡିଛି। ଆହତ ବ୍ୟକ୍ତି ଜଣକର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ପରିବାରରେ ଏକମାତ୍ର ରୋଜଗାରିଆ ବ୍ୟକ୍ତି । ତାଙ୍କ ପରିବାର କହିଲେ ଦୁଇ ପୁତ୍ର ସ୍ତ୍ରୀ, ବାପା, ମାଙ୍କ ସାହା ଭରଷା ଦେଖିବାକୁ ଗଲେ ଚାଷରେ ଯାହା ମିଳେ ତାକୁ ନେଇ ପରିବାର ଚଳେ। ବିଲରେ ବର୍ତ୍ତମାନ ଚାଷ ପଡି ରହିଛି, ଫସଲ ଅମଳ ହୋଇ ନ ଥିବାରୁ ଆର୍ଥିକ ସ୍ଥିତି ଖରାପ୍ ତେଣୁ ଚିକିତ୍ସା ଅଭାବରୁ ବଞ୍ଚିତ ହେଉଛନ୍ତି। ଆହତ ବ୍ୟକ୍ତିଙ୍କ ପରିବାର ଏବେ ସରକାରୀ ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ by Proprietor Abhimanyu Maharana November 2, 2026 Greenply Launches India’s first Laminate Flooring with HDMR Core Technology by Proprietor Abhimanyu Maharana November 2, 2026 ଗ୍ରୀନ୍ପ୍ଲାଇ ଆଣିଲା ଏଚ୍ଡିଏମ୍ଆର୍ କୋର୍ ଟେକ୍ନୋଲୋଜି ବିଶିଷ୍ଟ ଭାରତର ପ୍ରଥମ ଲେମିନେଟ୍ ଫ୍ଲୋରିଂ by Proprietor Abhimanyu Maharana November 2, 2026 TPSODL CEO Visits Cyclone-Hit Areas to Drive Faster Power Restoration by Proprietor Abhimanyu Maharana November 2, 2026 ପୁନଃସ୍ଥାପନ କାର୍ଯ୍ୟର ତଦାରଖ ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଟିପିଏସ୍ଓଡିଏଲ୍ ସିଇଓ by Proprietor Abhimanyu Maharana November 2, 2026 Power Supply Restored in Aska urban area by Proprietor Abhimanyu Maharana November 2, 2026