
୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ. ଭାଲିଆସାହିଠାରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ରା.ଉଦୟଗିରି ଶ୍ରୀଯୁକ୍ତ ଦେବଦାସ ତାମରାପୁ ସଭାପତି ରୂପେ ମଞ୍ଚ ପରିଚାଳନା କରିଥିବା ବେଳେ ଲଷ୍ମୀ ନାରାୟଣ ଶବର ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରା ସାରସ୍ୱତ ଅତିଥି, ଅଵାରସିଂ ସରପଞ୍ଚ ଦ୍ରୌପଦୀ ରଇତ, ଜିଲ୍ଲା ପରିଷଦ ଦଣ୍ଡପାଣି ବଡମୁଣ୍ଡି, M.P. ପ୍ରତିନିଧି ଜଗବନ୍ଧୁ ଦାସ, MLA ପ୍ରତିନିଧି ଗୋପାଳ ଦଳାଇ, ନାଏବ ସରପଞ୍ଚ ପବିତ୍ର ଗମାଙ୍ଗ, ଶିକ୍ଷକ ବୃନ୍ଦାବନ ମହାଙ୍କୁଡ, ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ଆଦି ମାନ୍ୟଗଣ୍ୟ ବ୍ୟକ୍ତିମାନେ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲା ବେଳେ ବାଳକୃଷ୍ଣ ବାଗସିଂ ଏବଂ ନାରାୟଣ ରଞ୍ଜନ ସାହୁ ପ୍ରକଳ୍ପ ଗୁଡିକର ନିରୀକ୍ଷଣ କରିଥିଲେ l ବିଭିନ୍ନ ବିଷୟରେ ମୋଟ 76 ଟି ପ୍ରକଳ୍ପ ଆସିଥିଲା ବେଳେ ତନ୍ମଧ୍ୟରୁ 7 ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲା l ସରକାରୀ ଉଚ୍ଚ ବିଦ୍ୟାଳୟ,ରା.ଉଦୟଗିରିର ଆକାଂକ୍ଷା ପ୍ରିୟଦର୍ଶିନୀ ପାତ୍ର, ୟୁ.ପି ସ୍କୁଲ, କୁଆଁପଡାର ସୌଦାମିନୀ ପୂଜାରୀ, ହାଇସ୍କୁଲ, ତରାପଦାର ଅଜୁ ଭୂୟାଁ, ୟୁ.ପି ସ୍କୁଲ, ଛେଳିଗଡ଼ର ହସିନା ମହାଙ୍କୁଡ଼, ଉଚ୍ଚ ବିଦ୍ୟାଳୟ, କେ. ଏମ. ଭାଲିଆସାହିର ଶୁଭମ ବିଷୋୟୀ, ହାଇସ୍କୁଲ, ଛେଳିଗଡ଼ର ସୁଇଟି ଗୌଡ଼, ୟୁପି ସ୍କୁଲ , ପରିସଲର ରୋହନ କୁମାର ମାଲି ଆଦି ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅଭୟ କୁମାର ଦାସ ମଞ୍ଚ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ l

