ପଦ୍ମପୁର ଉପନିର୍ବାଚନ ଭୋଟ : କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି – 10 ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଣ୍ଣୟ

୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ପଦ୍ମପୁର :- କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ I ଶୀତୁଆ ସକାଳରେ ଭୋଟରମାନେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଉଛନ୍ତି I ମୋଟ ୩୧୯ଟି ବୁଥରେ ହେଉଛି ମତଦାନ। ଏଥିରୁ ୭୪ଟି ମାଓପ୍ରବଣ ଅଞ୍ଚଳରେ ଓ ୭୮ଟି ସମ୍ୱେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ୬ଟି ପିଙ୍କ୍ ବୁଥ ହୋଇଥିବାବେଳେ ୧୫ଟି ମଡେଲ୍ ବୁଥ ହୋଇଛି ।

୧୨୦ଟି ବୁଥରେ ଓ୍ୱେବ କାଷ୍ଟିଂ ହେବ । ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା ହୋଇଛି । ୩୧୯ବୁଥରୁ ୩୦୬ ବୁଥର ନାମ ପରିବର୍ତ୍ତନ ହୋଇଛି । ୭୯ଟି ଅତିସମ୍ୱେଦନଶୀଳ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ନକ୍ସଲ ଓ ଶୀତ ଦିନ କାରଣରୁ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ଚାଲିବ ।

ପଦ୍ମପୁର ଉପନିର୍ବାଚନରେ ପ୍ରାୟ ୨,୫ ୭, ୪୭୪ଭୋଟର ଅଂଶଗ୍ରହଣ କରୁଛନ୍ତି I ଏମାନଙ୍କ ମଧ୍ୟରେ୧,୨୯,୪୯୭ ପୁରୁଷ, ୧,୨୭,୯୬୫ ମହିଳା ଏବଂ ୧୨ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଭୋଟରଙ୍କ ପାଇଁ ୧୨ଟି ବିକଳ୍ପ ଫଟୋ ପରିଚୟ ଦଲିଲ ପାଇଁ ECI ସୁପାରିଶ କରିଛି I ୭୯ଟି ଅତିସମ୍ୱେଦନଶୀଳ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । 

ପ୍ରତି ବୁଥରେ ୪ଜଣ ଲେଖାଏଁ ମୋଟ ୧୨୭୬ ପୋଲିଂ ଅଧିକାରୀ ରହିଛନ୍ତି । ଭୋଟ ସମୟରେ ଯେଉଁ ବୁଥରେ ଇଭିଏମରେ ତ୍ରୁଟି ଆସିବ, ସେଠାକୁ ଅଧ ଘଣ୍ଟା ଭିତରେ ଭଲ ଇଭିଏମ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ଭୋଟ ସରିବାର ଦୁଇ ଦିନ ପରେ ଅର୍ଥାତ ଡିସେମ୍ବର ଆଠରେ ଭୋଟ ଗଣତି ହେବ I

Exit mobile version