
୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ଅନ୍ତର୍ଗତ ଖଜୁରିପଦା ଗ୍ରାମ ପଞ୍ଚାୟତ ପୂର୍ତ୍ତ ବିଭାଗ ବଙ୍ଗଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଅନୁପମା ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆୟୋଜିତ କାର୍ଯ୍ୟ କ୍ରମରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରତ୍ୟେକ । ୱାର୍ଡମେମ୍ବର ତଥା ଅନ୍ୟ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ତଥା ବୁଦ୍ଧିଜିବୀ ଉପସ୍ଥିତ ଥିବା ସହ ,ଉଦୟଗିରି ର ପୂର୍ବତନ ଜିଲ୍ଲାପରିଷଦ ତଥା ବିଶିଷ୍ଟ ସମାଜସେବୀ ଜଗବନ୍ଧୁ ଦାସ ନୁଆଗଡ଼ ର ପୁର୍ବତନ ଜିଲ୍ଲା ପରିଷଦ ଜେମସ୍ ରାଇକା ଉପସ୍ଥିତ ଥିଲେ । ମାନ୍ୟବର ଓଡ଼ିଶା ସରକାରଙ୍କ ଏପରି ଲୋକାଭିମୁଖୀ କାର୍ଯ୍ୟ କ୍ରମ କୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଦେଇ ଥିଲେ ।

