ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଅସହାୟ ଗରିବ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ

୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ :-  କଟକ ମହାନଗର ନିଗମର ୨୨ନମ୍ବର ୱାର୍ଡ ତିନିକୋଣିଆ ବାଗିଚାସ୍ତିତ ଶ୍ରୀ ଶ୍ରୀ ଷୋଳପୁଅ ମା ଠାକୁରାଣୀ ମନ୍ଦିରଠାରେ ଦ୍ୱିତୀୟ ପର୍ଯ୍ୟାୟ ରେ ଶୀତ ବସ୍ତ୍ର ବିତରଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ରୁ ଉର୍ଦ୍ଧ୍ୱ ମହିଳା,ଶିଶୁ ଏବଂ ନିଗମର ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଛି ସ୍ମୃତି ସଂସଦ ପକ୍ଷରୁ ଶୀତ ଦିନରେ ଏଭଳି ଏକ ଶୀତବସ୍ତ୍ର ବିତରଣ ଅଭିଯାନ ଆରମ୍ଭ କରାଯାଇଛି। ବିଶେଷ କରି ସହରର ଗରିବ ଅସହାୟ ଏବଂ ଫୁଟଫାଥ ତଳେ ବସବାସ କରୁଥିବା ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଉଛି । ମେୟର ଶ୍ରୀ ସୁଭାଷ ସିଂହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୀତ ବସ୍ତ୍ର ବିତରଣ କରି କହିଲେ ସମାଜର ଦୁଃଖୀ ଓ ଦରିଦ୍ର ମାନଙ୍କୁ ଜତ କିଞ୍ଚିତ ସାହାର୍ଯ୍ୟ କରିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି। ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଏଭଳି ଜନସେବା ପାଇଁ ହାତ ବଢ଼ାଇବା ଏକ ନିଶ୍ଚିତ ପ୍ରଶଂସନୀୟ ଉଦ୍ୟମ। କଟକ ମହାନଗର ନିଗମ ପକ୍ଷରୁ କଟକ ସହରକୁ ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୋଜନା କରାଯାଇଛି । ସର୍ବ ସାଧାରଣ ଏହି ଯୋଜନା ରେ ସାମିଲ ହୋଇ ଐତିହସିକ କଟକ ସହରକୁ ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶ୍ରୀ ସିଂହ ଗୁରୁତ୍ୱ ଦେଇଛନ୍ତି । ସ୍ମୃତି ସଂସଦର ସଭାପତି କିଶନ କୁମାର ଶର୍ମା ସ୍ବାଗତ ଭାଷଣ ଦେଇ ସ୍ମୃତି ପରିଷଦର ବିଭିନ୍ନ ଜନସେବା କାର୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆଗାମୀ ଦିନରେ ନିଗମର ଆଉ କେତେକ ୱାର୍ଡରେ ଶୀତବସ୍ତ୍ର ବିତରଣ ଓ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରିବାର କାର୍ଯକ୍ରମ ରହିଛି,ଏହି କାର୍ଯ୍ୟକ୍ରମରେ ସାହି ମୂରବୀ ଲକ୍ଷ୍ମୀନାରାୟଣ ଚର୍ଟାଜି,ମନୋଜ ଶର୍ମା,ରାଜେନ୍ଦ୍ର କୁମାର ନାୟକ,ଜଗନ୍ନାଥ ରାଓ, ଏମ୍.ଡି ଗୋରା ,ଏସ ଦୁର୍ଗା ରାଓ,ଏମ.ରାଜୁ,କିଶୋର ମହାନ୍ତି,ସ୍ମୃତିରଞ୍ଜନରାଉତ, ସୁଶୀଲ ଶର୍ମା,ଦେବକିଶୋର୍ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version