ପଡ଼ିଆରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ପଢ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ପଡ଼ିଆ ଗୋଷ୍ଠୀ ସାଧନ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଶିକ୍ଷା ବିକାଶ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଯମୁନା ମୁଷାକୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସଂସଦ ପ୍ରତିନିଧି ସିଏଚ ରେଵିଡ , ପଡ଼ିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି,

ଏବିଇଓ ଏସ୍ ସତ୍ୟନାରାୟଣ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ସରକାର ପ୍ରମୁଖ ଯୋଗ ଭିନ୍ନକ୍ଷମ ମାନେ ଯେପରି ନିଜକୁ ଅବହେଳିତମନେ ନକରି ସବୁ କ୍ଷେତ୍ରରେ ସକ୍ଷମ ମନେ କରିଵେ ସେଥି ପାଇଁ ସମସ୍ତେ ଆନ୍ତରିକ ସହଯୋଗ କରିବା ଲାଗି ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସି ଆର ସି ସି ମାନେ ଯୋଗ ଦେଇଥିଲେ ।

Exit mobile version