Home ଓଡ଼ିଶା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିନ୍ଦଲ ଷ୍ଟେନଲେସ୍ର ଏମଡି ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ ପାର୍କର ଭିତିପ୍ରସ୍ତର ସ୍ଥାପନ କଲେ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୭୧ ଏକର ବିଶିଷ୍ଟ ୧୯ ହଜାର ଲୋକଙ୍କୁ ଚାକିରୀ ସୁଯୋଗ ମିଳିବ ୦୪ ଡିସେମ୍ବର ରବିବାର (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଏକ ଉଲ୍ଲେଖନୀୟ ଉନ୍ନୟନ ମୂଳକ ପ୍ରକଳ୍ପ ଶୁଭାରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜିନ୍ଦଲ ଷ୍ଟେନଲେସ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, ଅନଲାଇନ ଜରିଆରେ ଯାଜପୁରରେ ଏକ ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ ଭିତିକ ପାର୍କର ଭତିପ୍ରସ୍ତର ସ୍ଥାପନ କରିଛନ୍ତି । ଦେଶୀୟ ଉତ୍ପାଦନକୁ ସଶକ୍ତ କରିବା ତଥା ଅପ୍ଷ୍ଟ୍ରିମ୍ ଓ ଡାଉନ୍ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଲିଙ୍କେଜକୁ ମଜଭୁତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ଭାରତର ଏହି ପ୍ରଥମ ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ ପାର୍କ ହେବା ଫଳରେ ପୂର୍ବ ଭାରତରେ ଖଣିଜ ଦ୍ରବ୍ୟ ଉତ୍ପାଦନ ଓ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି । ଜିନ୍ଦଲ ଷ୍ଟେନଲେସ୍ ଯାଜପୁରରେ ଉତ୍ପାଦନ ସୁବିଧା ସହିତ ବିସ୍ତାର ଭାବରେ ନିର୍ମାଣ ହୋବକୁ ଥିବା ଏହି ପାର୍କ କଂଚାମାଲ ଠିକ୍ ସମୟରେ ଯୋଗାଣ ଏବଂ ପ୍ରସ୍ତୁତ ସାମଗ୍ରୀ ପଠାଇବା ପାଇଁ ପ୍ରମୁଖ ରାଜପଥ ସହିତ ରଣନୀତିଗତ ଭାବରେ ସଂଯୁକ୍ତ । ୬ ବର୍ଷ ଭିତରେ ଦୁଇଟି ପର୍ଯ୍ୟାୟରେ ଏହି ଶିଳ୍ପ ପାର୍କ ସ୍ଥାପନ ହେବାକୁ ଯୋଜନା ରହିଛି । ଏଥିରେ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଖର୍ଚ୍ଚ କରାଯିବ । ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ କ୍ଷେତ୍ରରେ ପାର୍କଟି ଏକ ବଳିଷ୍ଠ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି । ଏହାସହ ୧୦୦ରୁ ଅଧିକ ଡାଉନ୍ଷ୍ଟ୍ରି ମ୍ ଓ ସହାୟକ କମ୍ପାନୀକୁ ମଧ୍ୟ ପ୍ରୋତ୍ସାହିତ କରିବ । ଏହିଅବସରରେ ଜିନ୍ଦଲ ଷ୍ଟେନଲେସ୍ ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ବିଶ୍ୱସ୍ତରୀୟ ଷ୍ଟେନଲେସ୍ ଷ୍ଟିଲ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ନାମକୁ ଆହୁରି ଉଜ୍ଜ୍ୱଳ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଉଭୟ ଉତ୍ପାଦନ ଏବଂ ବ୍ୟବସାୟ କ୍ଷେତ୍ରରେ ଆମେ ୩୬୦ ଡିଗ୍ରୀ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରୁଛୁ । ଗୋଟିଏ ପଟେ ଏହି ଶିଳ୍ପ ପାର୍କଟି କଂଚାମାଲରୁ ଉତ୍ପାଦିତ ଦ୍ରବ୍ୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଥିବା ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବ । ଅନ୍ୟପକ୍ଷରେ ଆର୍ôଥକ ଅଭିବୃଦ୍ଧି ପାଇଁ ଅଗ୍ରଣୀ ଭୂମିକା ନେଉଥିବା କ୍ରୟ, ବିକ୍ରୟ, ଦକ୍ଷତା ବିକାଶ, ନିଯୁକ୍ତି ସୃଷ୍ଟି, ଭତିଭୂମିର ଆଧୁନିକୀକରଣ, ସାମାଜିକ-ଆର୍ôଥକ ବିକାଶ ଏବଂ ଶିଳ୍ପ ପରିପକ୍ୱତା ଆଦି ସମ୍ପୃକ୍ତ ସମସ୍ତ ଭାଗିଦାରଙ୍କୁ ମଧ୍ୟ ସଶକ୍ତ କରିପାରିବ । ଡାଉନ୍ଷ୍ଟ୍ରିମ୍ ପାର୍କରେ ୱାଇଡର ଲୁପ୍ ରୋଡ୍, ଯଥେଷ୍ଟ ପାର୍କିଂ ସ୍ଥାନ ଆଦିର ଉନ୍ନତମାନର ଲଜିଷ୍ଟିକ୍ ସେବା ମଧ୍ୟ ରହିବ । ଏହାସହ ନବୀକରଣ ଶକ୍ତି, ଜଳ ଏବଂ ଦକ୍ଷ ମାନବସମ୍ବଳ ପରି ଉପଯୋଗୀ ସେବା ମଧ୍ୟ ରହିବ । ଏହି ମାନଦଣ୍ଡ ଷ୍ଟେନଲେସ୍ ପାର୍କକୁ ଅଧିକ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା ସହ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ପ୍ଲାଂଟ ପ୍ରତିଷ୍ଠା କରିବାକୁ ଆକର୍ଷିତ କରିବ । ଏହି ବର୍ଦ୍ଧିତ ପର୍ଯ୍ୟାୟରେ କମ୍ପାନୀର ଯାଜପୁର ଶାଖାରେ ୨୦୨୩ ଆର୍ôଥକ ବର୍ଷ ସୁଦ୍ଧା ମେଲ୍ଟ ଦକ୍ଷତା ୧.୧ ମେଟ୍ରିକ୍ ଟନ ୨.୧ ମେଟ୍ରିକ୍ ଟନ ଅର୍ଥାତ୍ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ । ଏହି ଶିଳ୍ପ ପାର୍କ ଫଳରେ ଅଟୋମୋଟିଭ୍, ଆର୍କିଟେକ୍ଚୁ ରାଲ୍, ବିଲ୍ଡିଂ ଆଣ୍ଡ କନ୍ଷ୍ଟ୍ର କ୍ସଗନ୍, ପାଇପ୍ସ ଆଣ୍ଡ ଟ୍ୟୁବ୍ସ, ଶିଳ୍ପ ସାମଗ୍ରୀ, ଗ୍ରାହକ ସାମଗ୍ରୀ, ଜୀବନଶୈଳୀ, ରୋଷେଇ ସାମଗ୍ରୀ ଓ ସହରାଂଚଳ ଆସବାବପତ୍ର ଆଦି ଗ୍ରାହକ ବିଭାଗରେ ନିଜର ଉପସ୍ଥିତିକୁ ବଢ଼ାଇପାରିବ । ‘ଆତ୍ମନିର୍ଭର ଭାରତ’ ପଦକ୍ଷେପରେ ଜିନ୍ଦଲ ଷ୍ଟେନଲେସ ଏହି ପ୍ରତିଶ୍ରୁତିବଦ୍ଧ ଶିଳ୍ପ ପାର୍କ ପ୍ରକଳ୍ପ ବିଭିନ୍ନ ଶିଳ୍ପ ଯଥା, ଔଷଧ, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏକ ଆଖିଦୃଶିଆ ଅଂଶଗ୍ରହଣର ସୁଯୋଗ ସୃଷ୍ଟି କରିବ । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026 ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ by Proprietor Abhimanyu Maharana August 2, 2026 ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ by Proprietor Abhimanyu Maharana August 2, 2026 ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ by Proprietor Abhimanyu Maharana August 2, 2026 ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ by Proprietor Abhimanyu Maharana August 2, 2026