୦୪ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକର ବସ୍ତିରିଗୁଡା ଗ୍ରାମର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ତେବେ ୨୦୧୪ମସିହାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତାକାମ ହୋଇଥି୍ଲା । ଆଜି ପର୍ଯ୍ୟନ୍ତ ଏହି ରାସ୍ତାରେ ମାଟି ମଧ୍ୟ ପଡିନାହିଁ । ଫଳରେ ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇ ରହିଛି । ୧୦ଟି ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତା ଟି ବହୁତ ଦିନ ଧରି ଏପରି ଦୀନହୀନ ଅବସ୍ଥା ରେ ପଡ଼ିରହିଛି ଯାହାର ଖବର ପ୍ରଶାସନ ପାଖରେ ଥିଲେ ମଧ୍ୟ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି । ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ୍ବ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଗ୍ରାମବାସୀ ମାନେ ବହୁଳ ଅସୁବିଧା ର ସମ୍ମୁଖୀନ ହେଉଥିବା ସହ ବାରମ୍ବାର ଉକ୍ତ ସଡ଼କ ପଥରେ ଯାନବାହାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ସରିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଏହି ରାସ୍ତାର ମରାମତି କରିବା କଥା ମାତ୍ର ଏହାପରେ ବିଭିନ୍ନ ସ୍ଥାନରେ ଖାଲଖମା ହୋଇଥି୍ଲେ ମଧ୍ୟ କୌଣସି ମରାମତି କାମ ହୋଇନାହିଁ । ତେବେ ଆର୍ ଉଦୟଗିରି ବ୍ଲକ୍ ର ପୋଲାଆମ୍ବ ସାହି ଠାରୁ ବାଦପୁର (୩ କିମି) ପର୍ଯ୍ୟନ୍ତ ପିଚୁ ରେ ନିର୍ମିତ ସଡ଼କ ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ସାମାନ୍ୟ ବର୍ଷା ହେଲେ ଉକ୍ତ ଖାଲରେ ଆଣ୍ଠୁଏ ପାଣି ଜମି ଦୁର୍ଘଟଣା ଘଟଉଛି । ଏହି ରାସ୍ତା ମରାମତି କରିବା ପାଇଁ ବହୁବାର ଦାବି ହେବା ପରେ କିଛି ଦିନ ତଳେ ରାସ୍ତା ମରାମତି କାମ ଆରମ୍ଭ ହୋଇଥି୍ଲା ହେଲେ କାମ ହେବାର ମାସେ ନା ପୁରୁଣୁ ପୁନଶ୍ଚ ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଲୋକଙ୍କ କହିବା ଅନୁଯାୟୀ ବିଗତ ଦିନରେ ରାସ୍ତା ମରାମତି କାମ ଅତି ନିମ୍ନମାନର କରିଥିବାରୁ ଆଜି ଏହିଭଳି ପରିସ୍ଥିତି ଉପୁଜିଛି ।

