
୦୪ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଭଗବତୀ ମନ୍ଦିର ଶୁଭେଚ୍ଛୁ କମିଟିର ପ୍ରଥମ ବୈଠକ ଆଜି ସ୍ଥାନୀୟ ବାଣପୁର ଏନଏସି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିକଟରେ ୫ଟି ସଚିବଙ୍କ ଗସ୍ତ ସମୟରେ ମା’ ଭଗବତୀ ମନ୍ଦିର ଉନ୍ନତି ନିମନ୍ତେ ଦିଆଯାଇଥିବା ପ୍ରକଳ୍ପ ଉପରେ ଉକ୍ତ ବୈଠକରେ ସମୀକ୍ଷା କରାଯାଇଥିଲା।ଏହି ପରିପ୍ରେକ୍ଷୀରେ କମିଟିର ସଦସ୍ୟମାନଙ୍କଠୁ ଜିଲ୍ଲାପାଳ ବିଭିନ୍ନ ମତାମତ ଏବଂ ଅଭିଯୋଗ ଗ୍ରହଣ କରିଥିଲେ।

