କରିଛନ୍ତି ଏମଆଇଓ ୨୦୨୨ରେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଭିତିପ୍ରସ୍ତର ସ୍ଥାପନ ଉନ୍ମୋଚିତ ହୋଇଥିଲା ।

ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଆଲୁମିନିୟମର ବୃହତ ଉତ୍ପାଦକ ବେଦାନ୍ତ ଲିମିଟେଡ ଓଡ଼ିଶାର ଝାରସୁଗୁଡ଼ା ଠାରେ ବେଦାନ୍ତ ଆଲୁମିନିୟମ ପାର୍କର ଭିତି ପ୍ରସ୍ତର ସ୍ଥାପପନ ପାଇଁ ଘୋଷଣା କରିଛି । ଓଡ଼ିଶାର ମାନ୍ୟବାର ମୁଖ୍ୟମନ୍ତ୍ରୀ ଚାଲିଥିବା ମେକ ଇନ ଓଡ଼ିଶା ୨୦୨୨ କନକ୍ଲେଭରେ ବେଦାନ୍ତର ଚେୟାରମ୍ୟାନ- ଅନୀଲ ଅଗ୍ରୱାଲ ଙ୍କ ଉପସ୍ଥିତିରେ ଏହି ପାର୍କକୁ ଉଦଘାଟିତ କରିଥଲେ ।ଏହି ପାର୍କ ବେଦାନ୍ତ ଆଲୁମିନିୟମ ଓ ଶିଳ୍ପ ଭିତିଭୂମି ଓଡ଼ିଶା (ଇଡକୋ) ମଧ୍ୟରେ ଏକ ମିଳିତ ଉଦ୍ୟମ ଅଟେ । ଶ୍ରୀ ରାହୁଲ ଶର୍ମା, ସିଇଓ-ବେଦାନ୍ତ ଆଲୁମିନିୟମ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ବେଦାନ୍ତ ଆଲୁମିନିୟମ ପାର୍କ ଏକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସୁବିଧା ପ୍ରଦାନ କରିବ ଯେଉଁଠାରେ କମ୍ପାନିମାନେ ସେମାନଙ୍କ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିପାରିବେ ଓ ଝାରସୁଗୁଡ଼ାର ସ୍ମେଲଟରରୁ ସେମାନଙ୍କ ଉତ୍ପାଦ ପାଇଁ ତରଳ ଆଲୁମିନିୟମ ପାଇପାରିବେ ।
