ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ମୋହନା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରୁଥିବା ବେଳେ ଆମ ଦେଶରେ ମଧ୍ୟ ଏହି ଦିବସକୁ ଆଡମ୍ବର ସହ ପାଳନ କରୁଛି।ଆଜି ସହର ଠାରୁ ପ୍ରତି ଗାଁ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏହି ଦିବସ ପାଳନ ହେଉଛି।ଆଜି ସ୍ଥାନୀୟ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଡମ୍ବର ସହ ଏହି ଦିବସ ଟିକୁ ପାଳନ କରାଯାଇଛି।ଏହି ଦିବସରେ ମୋହନା ବ୍ଲକ ଅଞ୍ଚଳରେ ଥିବା ଅଧ୍ୟୟନରତ ଛାତ୍ର ଛାତ୍ରୀ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ।
ଆଜି କାର୍ଯ୍ୟାଳୟ ମଧ୍ୟରେ ବିଭାଗୀୟ ଅଧିକାରୀ ସ୍ବତନ୍ତ ଭାବେ ଶିକ୍ଷା ସାଧନ କେନ୍ଦ୍ର ନାମରେ ଏକ କୋଠରୀ ମଧ୍ୟରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ରଖିଥିବା ବେଳେ ତାହା ଭିନ୍ନକ୍ଷମ ଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ ହୋଇଥିବା ଜଣାପଡିଛି । ଏହି ଉତ୍ସବରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୋହନା ବ୍ଲକ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ରମାକାନ୍ତ ଚୌଧୁରୀ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିବା ସହ ସଭାପତିତ୍ୱ କରିଥିଲେ ଗୋଷ୍ଠି ଶିକ୍ଷା ଅଧିକାରୀ ଦେବଦାସ ତମରାପୁ । ଏହା ସହ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବି ଆର ଟି ସୁମନ୍ତ ପ୍ରଧାନ ଓ ପ୍ରକାଶ କୁମାର ସାହୁ ଦୁହେଁ ଏହାକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ସହ ଶିକ୍ଷକ ଶିକ୍ଷୟିତ୍ରୀ ଅବିଭାବକ ଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

