ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ପୁରୀ :- ମାନ୍ୟବର ହାଇକୋର୍ଟ ଚିଲିକା ହ୍ରଦରେ ଅନଧିକୃତ ଘେରି, ଚିଙ୍ଗୁଡ଼ି ଚାଷ ଏବଂ ବେଆଇନ ପୋଖରୀ ପ୍ରସ୍ତୁତ ଉପରେ କଡା ଆଭିମୁଖ୍ୟ ପ୍ରକାଶ କରିବା ସହ ମନିଟରିଂ କରୁଛନ୍ତି । ଚିଲିକା ହ୍ରଦରେ ଚିଙ୍ଗୁଡ଼ି ଚାଷ ସଂସ୍କୃତି ବେଆଇନ୍ ଅଟେ। ତେଣୁ ପୁରୀ ଜିଲ୍ଲା ଅନ୍ତର୍ଗତ 
ଚିଲିକା ହ୍ରଦରେ ଆଇନ ଅମାନ୍ୟ କାରୀ ବା ଦୁର୍ବୁତ୍ତଙ୍କ ଦ୍ୱାରା ହେଉଥିବା ବେଆଇନ କାର୍ଯ୍ୟକଳାପ ବିଷୟରେ ସାଧାରଣ ଜନତାଙ୍କଠାରୁ ସୂଚନା ପାଇବା ପାଇଁ 7853056375 ହ୍ୱ।ଟ୍ସ ଆପ୍ ଥିବା ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଏହି ବେଆଇନ କାର୍ଯ୍ୟ କଳାପ ସମ୍ପର୍କରେ ଏଥିରେ ସୂଚନା ଦେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

