୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ର ଦାବିପତ୍ର

ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ର ୮୨ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ୧୦ ଜଣ ଗଣ ଶିକ୍ଷକ ଶିକ୍ଷୟତ୍ରୀ ନୂଆଗାଁ କଲେଜ ପଡ଼ିଆରେ ଏକତ୍ରିତ ହୋଇ ଶୋଭାଯାତ୍ରା ରେ ବାହାରିଥିଲେ । ଓଟିଇଟି ଉଚ୍ଛେଦ କରି ଗଣଶିକ୍ଷକ ମାନଙ୍କୁ ନିୟମିତ କରିବା, ଏକ୍ସ କ୍ୟାଡ଼ର ଉଚ୍ଛେଦ ସହ କ୍ୟାଡ଼ର ଭୁକ୍ତ କରିବା,ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ ଆଦି ୭ ଦଫା ଦାବି ଗୁଡ଼ିକ ସ୍ଲୋଗାନ ଦେଇ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଏ ବି ଓ ଉମେଶ ଚନ୍ଦ୍ର କରଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ ।ଏହି ଶୋଭାଯାତ୍ରା ରେ ନୂଆଗାଁ ବ୍ଲକ୍ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ପ୍ରକାଶ କୁମାର ବେହେରା,ସମ୍ପାଦକ ସୁଧିରଞ୍ଜନ ପରିଡ଼ା,ସହ ସମ୍ପାଦକ ଲକ୍ଷ୍ମୀଧର ବେହେରା,ଜିଲ୍ଲା କୋଷାଧ୍ୟକ୍ଷ ସୁକାନ୍ତ କୁମାର ଦାସ,ବ୍ଲକ୍ କୋଷାଧ୍ୟକ୍ଷ ଅନନ୍ତ କୁମାର ସାହୁ , ଉପଦେଷ୍ଟା ଦୟାନିଧି ସାହୁ,ପ୍ରକାଶ ଚନ୍ଦ୍ର ସାହୁ ,ସଂଗଠକ ଦିଲ୍ଲୀପ କୁମାର ଦାସ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Exit mobile version