Home ଓଡ଼ିଶା ମୋହନା ଏମ. କେ. ସି. ଜି. ଦୃଷ୍ଟିହୀନ ସ୍ୱତନ୍ତ୍ର ବିଦ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ଆଡମ୍ବର ସହ ପାଳିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ମଧୁସୂଦନ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ଛାତ୍ର ଛାତ୍ରୀ ନିଜ ନିଜର ଲୁକାୟିତ ପ୍ରତିଭାକୁ ନାଚ ଗୀତ ମାଧ୍ୟମରେ ପଦର୍ଶନ କରିଥିଲେ । ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ସଦର ଠାରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ବଧିର ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ଆଜି ଆଡମ୍ବର ସହ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି ।ଏହି ଉତ୍ସବରେ ଆର. ଉଦୟଗିରି ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପରିଚାଳନା କମିଟି,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କୁ ଜୀବନରେ ଉତ୍ତମ ଛାତ୍ର ଛାତ୍ରୀ ହୋଇ ଶିକ୍ଷା ଗ୍ରହଣ କରିବା ପାଇଁ ଉପଦେଶ ଦେବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଙ୍କ ଭାବାବେଗ ବୁଝି ଶିକ୍ଷା ପ୍ରଦାନ କରିବା ନିମନ୍ତେ ମତ ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀ ଏବଂ ପରିଚାଳନା କମିଟି ପକ୍ଷରୁ ଅତିଥିଙ୍କୁ ଫୁଲ ଚନ୍ଦନ ସହ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ମୁଖ୍ୟ ଅତିଥି ଏବଂ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସଭାରେ ସଭାପତିତ୍ୱକରିଥିଲେ ପରିଚାଳନା କମିଟିର ଉପସଭାପତି ଶରତ ଚନ୍ଦ୍ର ମଳିକ ।ସଂମ୍ମାନୀତ ଅତିଥି ଭାବେ ଏହି ଉତ୍ସବରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ସାଂସଦ ପ୍ରତିନିଧି ଆର. ଉଦୟଗିରି ତଥା ସମାଜସେବୀ ଜଗବନ୍ଧୁ ଦାସ, ପରିଚାଳନା କମିଟି ସମ୍ପାଦକ ଦଣ୍ଡାସି ସାହୁ, ଅବସର ପ୍ରାପ୍ତ ସେନା ଅଧିକାରୀ ଟେରିଜିଙ୍ଗ ଗ୍ୟାଲୋପ, ସମାଜସେବୀ ରବି ରତନ ଡ୍ରାଇଭର ସଙ୍ଘ କୋଡ଼ିନେଟର ଦୁଖୀସ୍ୟାମ ପାତ୍ର, ରବୀନ୍ଦ୍ର କୁମାର ସାମନ୍ତରାୟ, ମାର୍ସଲ ନାୟକ, ମଧୁସୂଦନ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ଛାତ୍ର ଛାତ୍ରୀ ନିଜ ନିଜର ଲୁକାୟିତ ପ୍ରତିଭାକୁ ନାଚ ଗୀତ ମାଧ୍ୟମରେ ପଦର୍ଶନ କରିଥିଲେ । ଏହି ସ୍ୱତନ୍ତ୍ର ଦିବସକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସୁଚାରୁରୂପେ ପରିଚାଳନା କରି ଅତିଥି ମାନଙ୍କ ମନ ଜିଣିଥିଲେ । Categories: ଓଡ଼ିଶା, ଗଜପତି, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ by Proprietor Abhimanyu Maharana August 12, 2026 ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି by Proprietor Abhimanyu Maharana August 12, 2026 ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା by Proprietor Abhimanyu Maharana August 12, 2026 ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ by Proprietor Abhimanyu Maharana August 12, 2026 ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ by Proprietor Abhimanyu Maharana August 12, 2026 ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା by Proprietor Abhimanyu Maharana August 12, 2026