Home ଓଡ଼ିଶା ଗଜପତି ଜିଲ୍ଲାର,ପାରଳାଖେମୁଣ୍ଡି : ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ନାକ୍ ଟିମ୍ ର ପରିଦର୍ଶନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଶାର ଦ୍ୱିତୀୟ ସର୍ଵ ପୁରାତନ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ 3 ଜଣିଆ ନାକ୍ ଟିମ ପରିଦର୍ଶନ କରିଛନ୍ତି । ଏହି ମହାବିଦ୍ୟାଳୟ କୁ ପରିଦର୍ଶନ ପାଇଁ ଆର କେ ରାଓଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ରେ ପ୍ରଫେସର ଡକ୍ଟର ଅନୀଲ କୁମାର ଓଝା, ଡକ୍ଟର ଆର କିଟାପ୍ପା ଭାଇଥିୟାନାଥନ୍ ପ୍ରମୁଖ ସଦସ୍ୟ ରହିଛନ୍ତି । ସେମାନେ ପାରଳାଖେମୁଣ୍ଡିରେ ପହଞ୍ଚି କଲେଜ ବୁଲି ଦେଖିବା ସହ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ରାଧାକାନ୍ତ ଭୂୟାଁ ଓ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ଓ ବର୍ତ୍ତମାନ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ତଥା ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ମହାବିଦ୍ୟାଳୟର ଛାତ୍ରମାନଙ୍କୁ କ୍ୟାରିଅର କାଉନସିଲିଂ କରିବା,ବ୍ୟାଙ୍କିଙ୍ଗ ଚାକିରୀ ପାଇଁ କୋଚିଂ ଯୋଗାଇ ଦେବା, କ୍ରୀଡ଼ା କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ସହଯୋଗ ଯୋଗାଇଦେବା ସମ୍ପର୍କରେ ପୁରାତନ ଛାତ୍ର ସଂସଦ ତରଫରୁ ଅବଗତ କରାଯାଇଛି । କାର୍ଯ୍ୟକାରୀ ସଭାପତି ନାସିର ବେଗ , ଉପ ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦକ ଡକ୍ଟର ଶଙ୍କର ପ୍ରସାଦ ବକ୍ସି, ସଭ୍ୟ ବସନ୍ତ ପଣ୍ଡା, ରୂପେସ ସାହୁ, ହରି ମୋହନ ପଟ୍ଟନାୟକ, ଆଦର୍ଶ ଦାଶ, ଭଗବତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଓ ଏସ ଏ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ନାକ୍ ଟିମ୍ କୁ ଅବଗତ କରାଇଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ବିଫଳତା ହିଁ ସଫଳତାର ପ୍ରଥମ ପାହାଚ : ଡ. କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 16, 2026 ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଇତିହାସ ... by Proprietor Abhimanyu Maharana October 16, 2026 ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍ସନ୍ ଦାବିରେ ସରଗରମ ଭୁବନେଶ୍ୱର by Proprietor Abhimanyu Maharana October 15, 2026 ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ by Proprietor Abhimanyu Maharana October 15, 2026 ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026