Home ଓଡ଼ିଶା ପାରଳାଖେମୁଣ୍ଡି : ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ”ସଖି” ୱାନ ଷ୍ଟପ୍ ସେଣ୍ଟର – ହିଂସାମୁକ୍ତ କାର୍ଯ୍ୟକ୍ରମ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଓ ବାଳିକା ମାନଙ୍କୁ ନେଇ ”ସଖି” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରରେ ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ସାମ୍ପ୍ରତିକ ସାମାଜିକ ସ୍ଥିତିରେ ମହିଳା ଓ ବାଳିକା ମାନେ ସାମ୍ନା କରୁଥିବା ବିଭିନ୍ନ ନିର୍ଯ୍ୟାତନାକୁ “ସଖୀ” ୱାନ ଷ୍ଟପ କେନ୍ଦ୍ରରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରି ୫ ପ୍ରକାର ସମ୍ବଦ୍ଧୀୟ ସେବା ଯୋଗାଇ ଦେବା କଥା କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ନାୟକ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ କେ. ସୁନିତା ଯୋଗଦେଇ advika app ଏବଂ ତାର ଇଂଷ୍ଟେଲଲସନ ଉପରେ ବୁଝାଇଥିଲେ ଓ ତା ସଙ୍ଗେ ଆନ୍ତର୍ଜାତୀୟ ସ୍ତରରେ ନାରୀ ନିର୍ଯାତନାର ନିରାକରଣ ପାଇଁ ଆରମ୍ଭ ହେଇଥିବା ୧୬ ଦିନିଆ ଅଭିଯାନର ବିଭିନ୍ନ ଦିଗ ବିଷୟରେ କହିଥିଲେ। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ବାଳିକା ମାନଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ କହିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀସୁସ୍ଥ ସମାଜ ଗଠନରେମହିଳା ଓ ବାଳିକା ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇ ଥିଲେ। ଅନିତା ମିଶ୍ର ”ସଖି” କେନ୍ଦ୍ରର ଆଇନଗତ ସହାୟତା ଓ ବାଲ୍ୟବିବାହ ବିଷୟରେ ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇଥିଲେ। ଏତଦବ୍ୟତୀତ ମୋହିନୀ ପ୍ରଧାନ ସାଇବର କ୍ରାଇମ ଓ ମହିଳା ଚାଲାଣ ଆଦି ବିଷୟରେ ଚର୍ଚ୍ଚା କରି ଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ କହିଥିଲେ। ସଖି କେନ୍ଦ୍ରର ମଞ୍ଜୁଳା ଚୌଧୁରୀ ଓ ମଧୁସ୍ମିତା ସାହୁ ବର୍ତ୍ତମାନ ସମାଜରେ ଘଟୁଥିବା ବିଭିନ୍ନ ନିର୍ଯ୍ୟାତନାର କିପରି ପ୍ରତିରୋଧ କରିପାରିବେ ତାହା ବୁଝାଇଥିଲେ। ଶେଷରେ ଶ୍ରୀମତୀ ମିନା କୁମାରୀ ଟହଲ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ : ବରିଷ୍ଠ ନାଗରିକଙ୍କୁ ସମ୍ମାନ, ଅଭିଜ୍ଞତା ଓ ଅବଦାନକୁ ମିଳିଲା ସ୍ୱୀକୃତି by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana October 2, 2026 ଫୁଲବାଣୀରେ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର, କନ୍ଧମାଳର ୩ୟ ବ୍ୟାଚ ଆରମ୍ଭ by Proprietor Abhimanyu Maharana October 2, 2026 ଲାଇନ ପଡ଼ା କୁଇଦିନା ଇନ୍ଦିରା ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କନ୍ଧମାଳରେ କ୍ରୀଡା ପ୍ରତିଭାର ମହାମିଳନ; ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ାରେ ୬୫୦ ଛାତ୍ରଛାତ୍ରୀଙ୍କର ଅଂଶଗ୍ରହଣ by Proprietor Abhimanyu Maharana October 1, 2026 ଗୌରମଣି ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ଭଜନ ସମାରୋହ by Proprietor Abhimanyu Maharana October 1, 2026