ଶ୍ରୀ ଗଣେଷ ଓ ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର, ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷlଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ଶ୍ରୀ ଗଣେଷ ଓ ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଖୁବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି l ସକାଳ 7 ଘଟିକା ସମୟରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିଥିଲା l ଉକ୍ତ ଉତ୍ସବରେ ସ୍ଥାନୀୟ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଉପସ୍ଥିତ ଥିଲେ lବ୍ରହ୍ମପୁରରୁ ଆସିଥିବା ନନ୍ଦ ନନା ଓ ତାଙ୍କ ସହଯୋଗୀ ମିଶ୍ର ନନା ମିଶି ଠାକୁରଙ୍କ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ l ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏହି ଉତ୍ସବରେ ସାମିଲ ହୋଇଥିଲେ l ପୂଜା ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ l ଉକ୍ତ ଉତ୍ସବରେ କର୍ତ୍ତl ହିସାବରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ଦଣ୍ଡlସୀ ସାହୁ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l, ପରିଚାଳନା କମିଟି ସଦସ୍ୟ ଶ୍ରୀ ରବି ସାମନ୍ତରା, କୋଷାଧକ୍ଷ ଶ୍ରୀ ସୁରେନ୍ଦ୍ର ଜେନା ଉପସ୍ଥିତ ଥିଲେ l ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ପରିଚାଳନା କମିଟି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l

Exit mobile version