୧୧ କୋଟି ଟଙ୍କାରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ

ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲା ଅଡବା ଥାନାର କେଶରିଗୁଡ। ପଞ୍ଚାୟତର ମଳାଶପଦର ଅଞ୍ଚଳରେ ହୋଇଥିବା ବେଆଇନି ଗଞ୍ଜେଇ ଚାଷକୁ ଶୁକ୍ରବାର ନଷ୍ଟ କିରିଛି ଅବକାରୀ ଓ ପୁଲିସ ବିଭାଗ । ୫୭.୭୨୨ ଏକର ପାହାଡିଆ ଜମିରେ ଚାଷ ହୋଇଥିବା ଆନୁମାନିକ ୧ଲକ୍ଷ ୧୫ ହଜାର ୪ଶହ ୪୪ ଗଞ୍ଜେଇ ଗଛକୁ ମେସିନ ସାହାର୍ଯ୍ୟରେ କାଟି ପୋଡି ନଷ୍ଟ କରାଯାଇଛି । ଏହି ଅଭିଯାନରେ ଅବକାରୀ ବିଭାଗ , ବନବିଭାଗ , ରାଜସ୍ବ ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟେଟ ମୋହନା ତହସିଲିଦାରଙ୍କ ଉପସ୍ଥିତରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।ଏହି ଚଢାଉରେ ଅଡବା ଥାନା ଅଧିକାରୀ ଶୁଭ୍ରାଶୁଂ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ନଷ୍ଟ ଗଞ୍ଜେଇର ଆନୁମାନିକ ମଲ୍ୟ ପ୍ରାୟ ୧୧ କୋଟି ୫୪ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ଆର. ଉଦୟଗିରି ଏସଡିପିଓ ଦିଲୀପ କୁମାର ନାୟକ ସୁଚନା ଦେଇଥିଲେ । ଏ ନେଇ ଅଡବା ଥାନାରେ ମାମାଲା ୧୪୮/୦୨୨ ରୁଜୁ କରାଯାଇଛି । ସେହିପରି ଦୁଇ ଦିନ ତଳେ ଅଡବା ଥାନା ତରଫରୁ ଗୁଳୁବା ପଞ୍ଚାୟତର କୁଡିକିଆ ଓ ସିନ୍ଧବା ପାହଡା ଅଞ୍ଚଳରେ ୮୯ ହଜାର ୦୦୪ ଗଛ ନଷ୍ଟ କରାଯାଇଛି । ଏହାର ଅନୁମାନୀକ ମୂଲ୍ୟ ୮କୋଟି ୯ଲକ୍ଷ ୪ହଜାର ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ଶ୍ରା ପଣ୍ଡା ସୁଚନା ଦେଇଛନ୍ତି ।

Exit mobile version