କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

୦୨ ଡିସେମ୍ବର ଶୁକ୍ରବାର (ଓଡ଼ିଶା ତାଜା ନ୍ୟୁଜ ) କୁଡୁମୁଲୁଗୁମ୍ମା :- କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କୁଡୁମୁଲୁଗୁମ୍ମା ଶିକ୍ଷା ବ୍ଲକ ଅଧିନସ୍ଥ ୧୧ ଟି ପଞ୍ଚାୟତର ବିଦ୍ୟାଳୟକୁ ନେଇ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ମେଳାର ଉଦ୍ଘାଟନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, କୁଡୁମୁଲୁଗୁମ୍ମା ପଞ୍ଚାୟତର ସରପଞ୍ଚ ମଙ୍ଗଳା ମାଡ଼ି, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝି, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଅଞ୍ଜନ ଚୌଧୁରୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ହେମନ୍ତ କୁମାର ନାୟକ, ବ୍ଲକ ଶିକ୍ଷା ଅଧିକାରୀ କୃପାସିନ୍ଧୁ ଆମ୍ବାଗୁଡ଼ିଆ , ସମସ୍ତ ସିଆରସିସି , ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରମେଶ ଚନ୍ଦ୍ର ନେଲୁର୍,ସମ୍ପାଦକ ବଳରାମ ପୂଜାରୀଙ୍କ ସହ ବିଜ୍ଞାନ ମେଳାର ଆୟୋଯୋକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଗଣ୍ଡ ଉପସ୍ଥିତ ଥିବା ବେଳେ,ଗତବର୍ଷ ବିଜ୍ଞାନ ମେଳା ରେ କୁଡୁମୁଲୁଗୁମ୍ମା ରୁ ମାଲକାନଗିରି ଓ ରାଜ୍ୟ ସ୍ତରରେ ବିଜ୍ଞାନ ପ୍ରଦର୍ଶନୀ ପାଇଁ ଚୟନ ହୋଇଥିବା ଛାତ୍ର ବୌଜ୍ଞାନିକ ଓମ୍ ଦାଶ ଙ୍କୁ ମୁଖ୍ୟ ଅତିଥି କରି ମଞ୍ଚମଣ୍ଡନ କରାଯାଇଥିଲ ଯାହାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ ।  ବିଜ୍ଞାନ ମେଳାରେ ମୋଟ ୭୦ଟି ବିଜ୍ଞାନ ପ୍ରକଳ୍ପ ଆସିଥିଲା। ଗଣିତ , ପରିବେଶ ଗମନା ଗମନ ଓ ଯୋଗାଯୋଗ, ଆବର୍ଜନାର ସୁବିନିଯୋଗ, ସ୍ୱଚ୍ଛତା , ସ୍ବାସ୍ଥ୍ୟ ପରିଛନତା, ବୈଜ୍ଞାନିକ ଆବିଷ୍କାର ତଥା ବହୁ ଉଚ୍ଚ କୋଟୀର ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା। ସେଥି ମଧ୍ୟରୁ ଶ୍ରେଷ୍ଟ ୭ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରରେ ସ୍ଥାନିତକରିବା ପାଇଁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅତିଥିଙ୍କ ସହ ଆବାହକଙ୍କ ଉପସ୍ଥିତିରେ ସମସ୍ତ ପ୍ରକଳ୍ପକର୍ମୀ ତଥା କୁନି ବୈଜ୍ଞାନିକଙ୍କୁ ମାନପତ୍ର ସହିତ ଉପଢେକନ ପ୍ରଦାନ କରି ଆଗାମୀ ସମାଜରେ  ଜଣେ ଜଣେ ଦକ୍ଷ ବୈଜ୍ଞାନିକ ରୂପରେ ଗଢିତୋଳିବାର ସଂକଳ୍ପ ନେଇ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା।

Exit mobile version