୦୨ ଡିସେମ୍ବର ଶୁକ୍ରବାର (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ଓଡିଶାର ବଣ୍ଡା ଜନଜାତିର ପ୍ରଥମ ଯୁବକ ଲକିନାଥ ଯିଏ କି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ପରକନମାଲା ଗ୍ରାମରେ ବସବାସ କରୁଥିବା ବେଳେ ନିଜର ଉଦ୍ୟମ ଓ ପ୍ରୟାସ ଯୋଗୁଁ ଆଜି ନିଜ ଜିଲ୍ଲା ପାଇଁ ଗର୍ବ ଆଣିବା ସହ ଖୋଲା ଆକାଶରେ ପାରା ଗ୍ଲାଇଡଙ୍ଗ କରି ଇତିହାସ ରଚିଛନ୍ତି ।
ମାଲକାନଗିରି ମହାବିଦ୍ୟାଳୟରେ ଅଧୟନରତ ଛାତ୍ର ତଥା ଜାତୀୟ ସମର ଶିଖାର୍ଥୀ ବାହିନୀର ଜୁନିୟର ଅଣ୍ଡର ଅଫିସର ଲକିନାଥ କିର୍ଶନୀ ଆଗ୍ରା ସ୍ଥିତ ଭାରତୀୟ ବାୟୁସେନା ଶିବିରରେ ନମଭେମ୍ବର ୧ ରୁ ୨୫ ତାରିଖ ପର୍ଜ୍ୟନ୍ତ ଯୁଦ୍ଧ ଜାହାଜରେ ବିଭିନ୍ନ ରଣ କୌଶଳ ପ୍ରଶିକ୍ଷଣ ଲାଭ କରିବା ସହ ଆକାଶରରେ ପାରାସୁଟ ଦ୍ଵାରା ଉଡିବା ଆଦି ତାଲିମ ଗ୍ରହଣ କରି ଦୃଢ ଇଛା ଶକ୍ତି ଯୋଗୁଁ ଓଡିଶାର ପ୍ରଥମ ଯୁବକ ରୂପେ ଏହି ତାଲିମ କୁ ସଫଳତାର ସହ ଗ୍ରହଣ କରି କୃତିତ୍ଵ ଲାଭ କରିଥିବା ସହ ନିଜେ ଆକାଶରେ ଯୁଦ୍ଧ ଜାହାଜରୁ ପରାସୁଟରେ ଅବତରଣ କରି ଅସିମ ସାହସର ପରିଚୟ ଦେଇ ପାରିଛନ୍ତି ।
ତାଙ୍କର ଏହି କୃତିତ୍ଵ ପାଇଁ ଗତକାଲି ତାଙ୍କୁ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ଶଢଙ୍ଗୀ, ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ, ଏ.ଏନ ଓ ସୁଶାନ୍ତ କୁମାର ମାଝି, ଅଧ୍ୟାପକ ଗୌତମ ନାୟକ, ଉମେଶ ଚନ୍ଦ୍ର ରାଉତ, ମନୋରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛା ଦେଇ ଲକିନାଥଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

