୦୨ ଡିସେମ୍ବର ଶୁକ୍ରବାର (ଓଡ଼ିଶା ତାଜା ନ୍ୟୁଜ ) ପୁରୀ :- ପୁରୀ ଟାଉନ ହଲ ଠାରେ ପ୍ରେରଣାଦାୟୀ ଓଡ଼ିଆ ଚଳଚ୍ଚିତ୍ର ଦମନ ଆଜି ସଂଧ୍ୟାରେ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାକୁ ଉଦଘାଟନ କରିବା ସହ ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶକ ଶ୍ରୀ ଦେବୀ ପ୍ରସାଦ ଲେଙ୍କା, ପ୍ରଯୋଜକ ଶ୍ରୀ ଦିପେନ୍ଦ୍ର ସାମଲ ଓ କାର୍ଯ୍ୟ ନିର୍ବାହୀ ପ୍ରଯୋଜକ ଶ୍ରୀ ପିଙ୍କିସ ପ୍ରଧାନ ଙ୍କୁ ଏଭଳି ଏକ ବାସ୍ତବ ଓ ସଚେତନଧର୍ମୀ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବାରୁ ସମ୍ବର୍ଦ୍ଧିତ କରିଥିଲେ। ଏହା ଏକ ଭଲ ଚଳଚ୍ଚିତ୍ର ଯାହା ସମାଜ ପାଇଁ ସକରାତ୍ମକ। ନିଜ କାର୍ଯ୍ୟ କୁ ନିଷ୍ଠାର ସହ କଲେ ଆତ୍ମତୃପ୍ତି ଓ ସନ୍ତୁଷ୍ଟି ପାଇବାର ବାର୍ତ୍ତାକୁ ସୁନ୍ଦର ଭାବେ ଦର୍ଶାଯାଇ ପାରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ନିର୍ଦ୍ଦେଶକ ଶ୍ରୀ ଲେଙ୍କା ଚଳଚ୍ଚିତ୍ର ଟି ନିର୍ମାଣ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଅନୁଭୂତି ର ସୂଚନା ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସପି ଶ୍ରୀ ମିହିର ପ୍ରସାଦ ପଣ୍ଡା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ସି ଡି ଏମ ଓ ଡା ସୁଜାତା ମିଶ୍ର,ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଅଧ୍ୟକ୍ଷା ତଥା ଡିନ ଡା ମାୟା ପାଢ଼ୀ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ,ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀ ମାନେ ଯୋଗ ଦେଇ ଚଳଚ୍ଚିତ୍ର ଟିକୁ ଦେଖି ଥିଲେ
