୦୨ ଡିସେମ୍ବର ଶୁକ୍ରବାର (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :- ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ଼ କପ୍-୨୦୨୨ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଟି-୨୦ ନୟାଗଡ଼ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ ଲିଗ୍ ମ୍ୟାଚରେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ ବନାମ ପୋଷ୍ଟାଲ ଓଡ଼ିଶା ମଧ୍ୟରେ କଡ଼ା ଟକ୍କର ହୋଇଥିବା ଜଣାପଡିଛି । 
ଟି-୨୦ ନୟାଗଡ଼ କପର ଦିତ୍ୱୀୟ ଦିବସ ମ୍ୟାଚକୁ ନୟାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମଲୋଚନ ସାହୁ, ନୟାଗଡ଼ ସଦରଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ, ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳର ଖେଳାଳିମାନଙ୍କ ସହ କରମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟ ଦିବସ ଲିଗ୍ ମ୍ୟାଚରେ ପୋଷ୍ଟାଲ ଓଡ଼ିଶା ଟସ୍ ଜିତି ବିପକ୍ଷ ଦଳ ରାମେଶ୍ୱର ସ୍ପୋର୍ଟିଂ କ୍ଲବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ କ୍ଲବର ଦୁଇ ଓପନର ଏମ.ଜି ଗୋପାଳ ଓ ସଂରାଶ କୁମାର ପଡିଆ ଭିତରକୁ ପ୍ରବେଶ କରିଥିଲେ । ୨.୩ ଓଭରରେ ୯ରନ୍ କରିଥିବା ବେଳେ ରାମେଶ୍ୱର ସ୍ପୋର୍ଟିଂର ସଂରାଶ କୁମାର ୫ରନ୍ କରି ଆଉଟ ହୋଇଥିବା ବେଳେ ଏମ.ଜି ଗୋପାଳ ୪୫ଟି ବଲ ସମ୍ମୁଖୀନ କରି ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୬ରନ୍ କରି ଅନୁରାଗ ଷଡ଼ଙ୍ଗୀଙ୍କ ବଲରେ କ୍ୟାଚ୍ ଆଉଟ ହୋଇ ପ୍ୟାଭେଲିୟନ ଫେରିଥିଲେ । ସେହିପରି ମନିଜେତ୍ ମହାନ୍ତି ୨୨ଟି ବଲ ଖେଳି ଧୁଅାଁଧାର ବ୍ୟାଟିଂ କରି ୨ଟି ଚୌକା ଓ ୨ଟି ଛକା ସହାୟତାରେ ୩୨ରନ୍ କରି ଅନୁରାଗ ଷଡ଼ଙ୍ଗୀଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭେଲିୟନ ଫେରିଥିଲେ । ରାମେଶ୍ୱର ସ୍ପୋର୍ଟିଂ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ମୂଲ୍ୟବାନ ୯ଟି ଓି୍ୱକେଟ୍ ହରାଇ ୧୩୧ରନ୍ କରିବାରେ ସକ୍ଷମ ହୋଇଥିଲେ ।

