Home ଓଡ଼ିଶା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଆ – ପୁଅ ମୃତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୨ ଡିସେମ୍ବର ଶୁକ୍ରବାର (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ସ୍କୁଲ୍ ଛାତ ଉପରେ ପିଲାଙ୍କ ସହ ଖେଳିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କଟିଗଲା ଜଣେ ଛାତ୍ରଙ୍କ ଦୁଇଟି ହାତ । ହେଲେ ହାତ କଟିଗଲା ପରେ ଖାଇବା ଠାରୁ ଆରମ୍ଭ କରି ଲେଖିବା ପର୍ଯ୍ୟନ୍ତ ନାନା ସମସ୍ୟା ଭୋଗୁଥିଲେ ମଧ୍ୟ ହାର ମାନି ନାହାନ୍ତି ସେ । ଏବେ ବି ଯାଉଛନ୍ତି ବିଦ୍ୟାଳୟ । ସେପଟେ ପୁଅର ଏମିତି ଅବସ୍ଥା ଦେଖି ଅସହାୟ ଗରିବ ମା ଆଖିରୁ ଶୁଖୁନି ଲୁହ । ଅଭିଜିତର ଦୁଇଟି ଯାକ ହାତ ନାହିଁ । ତଥାପି ସେ ଆସୁଛନ୍ତି ବିଦ୍ୟାଳୟ । ଖାଲି ଯେ ବିଦ୍ୟାଳୟ ଆସୁନାହାନ୍ତି, ଇଂରାଜୀରେ ପୁସ୍ତକ ପଢ଼ିବା ସହ ହାତ ପାପୁଲି ନଥାଇ ବି ଦୁଇ ହାତରେ କଲମ ଧରି ଅହରହ ଲେଖିବା ସହ କ୍ୟାରମ, କ୍ରିକେଟ ଓ ବଲ୍ ବି ଖେଳିବା ସହ ଯେମିତି ସେମିତି ଚାମଚ ସାହାଯ୍ୟରେ ଖାଦ୍ୟ ଖାଉଛନ୍ତି। କିନ୍ତୁ କଷ୍ଟରେ । ଈଛା ଥିଲେ ଉପାୟ ଆପେ ଆପେ ଆସେ । ହାତ ନଥିଲେ ବି ପାଠ ପଢିବାର ବହୁ ଇଛାଶକ୍ତି ଯୋଗୁଁ ଏମିତି ଅବସ୍ଥାରେ ମଧ୍ୟ ବିଦ୍ୟାଳୟ ଆସି ପାଠ ପଢୁଛନ୍ତି। ଅନ୍ୟ ଭିନ୍ନକ୍ଷମ ମାନଙ୍କ ପାଇଁ ପାଲଟି ଯାଇଛନ୍ତି ଗୋଟିଏ ବଡ଼ ଉଦାହରଣ। ଏହି ଛାତ୍ର ଜଣକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଘାସପଦା ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ଅଭିଜିତ୍ ନାୟକ।ଅଭିଜିତ୍ ୨୦୧୯ ମସିହାରେ ପାଠପଢିବା ସମୟରେ ବିଦ୍ୟାଳୟ ପାଚେରୀକୁ ଲାଗି ରହିଥିବା ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଆଉ ସେହି ଟ୍ରାନ୍ସଫର୍ମର ଠାରୁ ବିଦ୍ୟାଳୟକୁ ସଂଯୋଗ ହୋଇଥିଲା ବିଜୁଳି। ତେବେ ପିଲାଙ୍କ ସହ ଯାଇ ଛାତ ଉପରେ ଖେଳିବା ସମୟରେ କୌଣସି କାରଣ ବଶତଃ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ଅଭିଜିତ। ସେବେଠାରୁ ବାପା ମା ତାକୁ ଅନେକ ମେଡ଼ିକାଲ ନେଇ ଚିକିତ୍ସା କରିଥିଲେ ମଧ୍ୟ ହାତ ଦୁଇଟିକୁ କଟାଯାଇଥିଲା। ହେଲେ ବିଦ୍ୟୁତ ବିଭାଗ ସେଠାରୁ କିଛି ଦୂରକୁ ଟ୍ରାନ୍ସଫର୍ମର ସ୍ଥାନାନ୍ତର କରିଦେଇ ନିଜର କାମ ସାରି ଦେଇଥିଲେ ମଧ୍ୟ ତାଙ୍କର ଚିକିତ୍ସା ପାଇଁ କେହି ହାତ ବଢାଇ ନାହାନ୍ତି । ତେବେ ଅଭିଜିତ ଏବେ ମଧ୍ୟ ମୋତେ ହାତ ଦୁଇଟି ଦେଲେ ମୁଁ ଭଲ ପାଠ ପଢିବି ବୋଲି ଆଶା ରଖିଛନ୍ତି। ଛାତ୍ରର ଏଭଳି ଅବସ୍ଥା ଦେଖି ବିଦ୍ୟାଳୟର ସହକାରୀ ଶିକ୍ଷକ ଅଭିଜିତକୁ ସରକାର ଦୁଇଟି କୃତ୍ରିମ ହାତ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଅଭିଜିତ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ନୂଆଁଣିଆ ଝୁପୁଡି ଝାଟିମାଟି ଘରେ ବିତୁଛି ଜୀବନ। ହେଲେ ଅଭିଜିତର ଚିକିତ୍ସା ପାଇଁ ଶିକ୍ଷା ବିଭାଗ ହେଉ କି ବିଦ୍ୟୂତ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରୁ ରୁଣ କରି ପୁଅର ଚିକିତ୍ସା କରାଇଥିଲେ। ହେଲେ ରୁଣ ସୁଝିବା ପାଇଁ ଅଭିଜିତଙ୍କ ବାପା ଦାଦନ ଖଟିବା ପାଇଁ ଯାଇଛନ୍ତି କେରଳ। ଏପଟେ ମା ଝୁନୁ ଅଭିଜିତକୁ ସେବା କରି ସମୟ ଚାଲି ଯାଉଥିବା ବେଳେ ପୁଅ କଥା ଭାବି ଭାବି ଆଖିରୁ ଶୁଖୁନି ଲୁହ। ତେଣୁ ପୁଅ ପାଇଁ ସରକାର ଦୁଇଟି ହାତ ଯୋଗାଇବା ସହ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।ତାଙ୍କର ଏଭଳି ଅବସ୍ଥା ଦେଖି ଗ୍ରାମବାସୀ ମଧ୍ୟ ତାଙ୍କ ପରିବାର ପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ଯଦି ବିଦ୍ୟାଳୟରେ ପାଠପଢା ସମୟରେ ଅଭିଜିତର ଏଭଳି ଘଟଣା ଘଟିଛି, ତାହେଲେ ପ୍ରଶାସନ ପକ୍ଷରୁ ଅଭିଜିତ ପ୍ରତି ଦୃଷ୍ଟି ପଡିଲାନି କେମିତି । ଅଭିଜିତର ଏଭଳି ଅବସ୍ଥା ପାଇଁ ଦାୟୀ କିଏ..? ଅଭିଜିତର ଦୁଇଟି କୃତ୍ରିମ ହାତ ସଂଯୋଗ କରିପାରିବେ କି? ଯଦି କେହି ଅଭିଜିତକୁ ସହଯୋଗର ହାତ ବଢାଇବାକୁ ଚାହାନ୍ତି, ତାହେଲେ ଅଭିଜିତଙ୍କ ମା’ ଝୁନୁ ନାୟକଙ୍କ ମୋହନା ଆଇସିଆଇ ସିଆଇ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୩୨୭୭୦୧୫୦୧୧୯୮ ଏବଂ ଆଇଏଫଏସସି କୋଡ଼ ଆଇସିଆଇସି୦୦୦୩୨୭୭ରେ ଆର୍ଥିକ ସାହାଯ୍ୟ କରିପାରିବେ। ତାଙ୍କ ମୋବାଇଲ ନମ୍ବର ୯୪୩୯୧୨୮୭୮୮ରେ ଯୋଗାଯୋଗ କରି ସହଯୋଗ କରିପାରିବେ ବୋଲି ନିବେଦନ କରିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content TPSODL Flags Off Solar Rath in Koraput by Proprietor Abhimanyu Maharana October 17, 2026 ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦଯାପନୀ ଉତ୍ସବ by Proprietor Abhimanyu Maharana October 17, 2026 ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ by Proprietor Abhimanyu Maharana October 17, 2026 ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ବ ଛାତ୍ରଛାତ୍ରୀ ଦିବସ ପାଳିତ by Proprietor Abhimanyu Maharana October 17, 2026 ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ରେ ୯ ହଜାରରୁ ଅଧିକ ଶ୍ରଦ୍ଧାଳୁ ସାମିଲ by Proprietor Abhimanyu Maharana October 17, 2026 ରୋଟାରୀ କ୍ଲବ ନୟାଗଡ଼ ଓ ଓକେସିଏଲ୍ର ମିଳିତ ଉଦ୍ୟମରେ ଏଆଇ କ୍ଷମତା ବିକାଶ କାର୍ଯ୍ୟକ୍ରମ by Proprietor Abhimanyu Maharana October 17, 2026