୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ ତଥା ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଚାନ୍ଦପୁର ସେବା ସମବାୟ ସମିତିରେ ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟା ସମାଧାନ ପାଇଁ ସଭାପତି ଯମ୍ବେଶ୍ଵର ଖମାରୀ ଏ ନେଇ ଉଦ୍ୟମ ଆରଂଭ କରିଛନ୍ତି I ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ପୂର୍ବ ତନ ସଭାପତି ମନୋଜ ଦାସ ପ୍ରମୁଖ ଶ୍ରୀ ଖମାରୀଙ୍କୁ ଉଚ଼ିତ ମାର୍ଗଦର୍ଶନ ଦେଇ ସହଯୋଗ ର ହାତ ବଢ଼ାର ଛନ୍ତି Iସମିତି ଆଗରେ ନିର୍ମାଣା ଧିନ ବିପଣୀ ଗୃହ ଓ ତହିଁର ଉପର ମହଲାକୁ ସମ୍ମି ଳନୀ କକ୍ଷ କରାଯିବା , ଚାଷୀଙ୍କ ସୁବିଧା ପାଇଁ ଶୌଚାଳୟ ସ୍ଥାପନ , ସଂପାଦକ ପଦବୀ ପୂରଣ ପାଇଁ ପଦକ୍ଷେପ , ଖାଲିଥିବା ନିର୍ଦ୍ଦେଶକ ମନୋନୀତ କରାଯିବା , ସଂଚୟ ବୃଦ୍ଧି ପାଇଁ ଜନ ସହଯୋଗ ଇତ୍ୟାଦି ସଂପର୍କେ ନୟାଗଡ଼ ଅତିରିକ୍ତ ସମବାୟ ନିବଂଧକ ଙ୍କ ସହ ସାକ୍ଷାତ ଆଲୋଚନା କରାଯାଇ ଅଛି I 
ଏତଦ ଭିନ୍ନ ବିନା କାରଣରେ ଓ ବିନା ଅଭିଯୋଗ ଫର୍ଦ୍ଦ ରେ ନିଲମ୍ବନ ଆଦେଶ ପାଇଥିବା ସହ ସଂପାଦକ ପଦ୍ମ ଚରଣ ପରିଡ଼ାଙ୍କ ଉପରୁ ଚଳିତ ଡିସେମ୍ବର ୦୧ ତାରିଖରୁ ପରିଚାଳନା ପରିଷଦର ନିଷ୍ପରି କ୍ରମେ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି I ଚାଷୀଙ୍କ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ସଭାପତି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସମିତି ନାମରେ ଯାଗା ରେକର୍ଡ ଭୁକ୍ତ ପାଇଁ ଉପଯୁକ୍ତ ଦପ୍ତରରେ ଆବେଦନ ହେବା ସହ ଯଥାଶୀଘ୍ର ମଣ୍ଡି ଗୋଦାମ ଘର କରାଯିବାପାଇଁ ଉଦ୍ୟମ ଚାଲିଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତେକ ଦ୍ଵାରରେ ସମବାୟ ଏହି ବାର୍ତା ପ୍ରଚାର ପ୍ରସାର ପାଇଁ ସମିତି ଉଦ୍ୟମ ଜାରି ରଖିଛି I
