ବିଜେଡି ଓ ବିଜେପି ପାଇଁ ଏଥର ଉପନିର୍ବାଚନ କର ବା ମର ପରିସ୍ଥିତି ସୃଷ୍ଟି କରିଛି – ବଡ଼ ବଡ଼ ରାଜନେତାଙ୍କ ଅକଲ ଗୁଡୁମ

୨୦୨୪ ସାଧାରଣ ଉପନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ବୋଲି କେହି କେହି କହିଲେଣି

ପଦ୍ମପୁରର ବିଜ୍ଞ ଭୋଟର ଉପନିର୍ବାଚନକୁ ଏପରିସ୍ତରକୁ ଟାଣିନେଇଛନ୍ତି ଯେ ତହୁଁ ତହୁଁ ବଡ଼ ବଡ଼ ରାଜନେତାଙ୍କ ଅକଲ ଗୁଡୁମ ହେବାକୁ ବସିଲେଣି ।

୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ପଦ୍ମପୁର :- ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପନିର୍ବାଚନକୁ ଅନ୍ୟ ଉପନିର୍ବାଚନ ସହ ତୁଳନା କରାଯାଇପାରିବ ନାହିଁ । ଧାମନଗରରେ ପରାଜୟ ପରେ ଏହି ଉପନିର୍ବାଚନକୁ ବିଜେଡି ନିଜ ସମ୍ମାନ ସହ ଯୋଡିଦେଇଛି ଓ ବିଜୟ ଧାରାକୁ ଫେରିବା ଲାଗି ଯେକୌଣସି ସ୍ତରକୁ ଯିବା ଲାଗି ପ୍ରସ୍ତୁତ । ବିଜେପି ମଧ୍ୟ ଅକଳରେ । ସଫଳତାକୁ ବଜାୟ ରଖି ନ ପାରିଲେ ଦଳ ସପକ୍ଷରେ ଯେଉଁ ବାତାବରଣ ସୃଷ୍ଟି ହୋଇଛି ତାହା ଭୁଶୁଡି ପଡ଼ିବାକୁ ମୁହୂର୍ତେ ବି ଲାଗିବନି ।ଗୁରୁତ୍ୱପୂର୍ଣ୍ଣ ହେଲା ବରଗଡ଼ ଜିଲ୍ଲା ଏପରି ଏକ ଅଞ୍ଚଳ ଯେଉଁଠି ୨୦୧୯ ନିର୍ବାଚନରେ ଭୋଟର କିଛି ନୂଆ କଥା କରି ଦେଖାଇଥିଲେ ଓ ଭାରତବର୍ଷରେ ସମ୍ଭବତଃ ଏହା ଏକମାତ୍ର ଘଟଣା ଥିଲା । ସବୁ ବିଧାନସଭା ଆସନରେ ଶାସକ ବିଜେଡି ଜିତିଥିଲେ ହେଁ ବିଜେପି ଲୋକସଭା ଆସନ ହାତେଇ ନେଇଥିଲା । ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେପୁରରେ ନିର୍ବାଚନ ଲଢ଼ି ବି ବିଜେପିର ବିଜୟକୁ ଅଟକାଇ ପାରିନଥିଲେ । ଆହୁରି ଉଲ୍ଲେଖଯୋଗ୍ୟ କଥା ହେଲା ଏହାର କିଛିମାସ ପରେ ବିଜେପୁର ଉପନିର୍ବାଚନରେ ରେକର୍ଡ ଭୋଟରେ ପୁଣି ଜିତିଲା ବିଜେଡି । ଏଣୁ ଏଠାକାର ଭୋଟର କେତେ ସଚେତନ ତାହା ଏଥିରୁ ଯେ କେହି ଅନୁମାନ ଲଗାଇ ପାରିବେ ।ଉଭୟ ବିଜେଡି ଓ ବିଜେପି ପାଇଁ ଏଥର ଉପନିର୍ବାଚନ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ୨୦୨୪ ସାଧାରଣ ଉପନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ବୋଲି କେହି କେହି କହିଲେଣି । ପଦ୍ମପୁରର ବିଜ୍ଞ ଭୋଟର ଉପନିର୍ବାଚନକୁ ଏପରିସ୍ତରକୁ ଟାଣିନେଇଛନ୍ତି ଯେ ତହୁଁ ତହୁଁ ବଡ଼ ବଡ଼ ରାଜନେତାଙ୍କ ଅକଲ ଗୁଡୁମ ହେବାକୁ ବସିଲେଣି । ବିଜେଡି କି ବିଜେପି କେହି ବି ଜିତିଲେ କେହି ବିଏଠି ଖୁସି ହୋଇପାରିବେନି ନାହିଁ ।ଭୋଟର ପୁଣି ଗୋଟିଏ ନୂଆ ଧାରାର ଶୁଭ ଖୁଣ୍ଟି ସ୍ଥାପନ କରିସାରିଲେଣି । ଏହିସହିତ ୨୦୨୪ ନିର୍ବାଚନ ପାଇଁ ପଦ୍ମପୁରରୁ ନୂଆ ସମୀକରଣର ଆଭାସ ମିଳିଲେଣି, ଯାହା ଅବଶିଷ୍ଟ ନିର୍ବାଚନ ମଣ୍ଡଳୀ ପାଇଁ ଏକ ଆହ୍ୱାନ । ଏଥିରେ ଆଗକୁ ସବୁ ସନ୍ତୁଳି ହେବେ ହିଁ ହେବେ । ପଦ୍ମପୁରର ସବୁ ବ୍ଲକ ଓ ଏନଏସି ବୁଲି ଦେଖିବା ପରେ ଏକ ସ୍ୱତନ୍ତ୍ର ରିପୋର୍ଟ…

Exit mobile version