୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ସଦର ମହକୁମାର ଏକ ନମ୍ବର ୱାର୍ଡରେ ଆଜି ମାଲକାନଗିରି ପୌର ଅଧକ୍ଷ ମନୋଜ କୁମାର ବାରିକ ଓ ସ୍ଥାନୀୟ ୱାର୍ଡ ମେମ୍ବର ପେଣ୍ଡରା ପ୍ରସାଦ ପଣ୍ଡାଙ୍କ ନେତୃତ୍ଵରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ମାଲକାନଗିରି ପୌର ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକଙ୍କ ସମେତ, ପିଏଚଡି ବିଭାଗ, ସ୍ଥାନୀୟ ପୌର ପରିଷଦ ଜନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । 
ଏହି ଅବସରରେ ୱାର୍ଡର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ସହ ସେହି ସମସ୍ୟା ଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଆଲୋଚନା କରଯାଇଥିଲା । ୱାର୍ଡର ଶତାଧିକ ଲୋକେ ଉପସ୍ଥିତ ରହି ନିଜର ସମସ୍ୟା ଗୁଡିକ ବିଷୟରେ ପ୍ରକାଶ କରିଥିବା ବେଳେ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଏହାର ସମାଧାନ ଦିଗରେ ପଦକେହପ ନେବାକୁ ପୌର ଅଧକ୍ଷ ଶ୍ରୀ ବାରିକ ପ୍ରକାଶ କରିଥିଲେ ।

