Home ଓଡ଼ିଶା ଭିନ୍ନକ୍ଷମ ମାନଙ୍କ ନିମନ୍ତେଅଞ୍ଜଳି-୨୦୨୨ ପ୍ରତିଭାବିକଶିତଅଧିକାରଅଧିନିୟମ-୨୦୧୬ କାର୍ଯ୍ୟକାରିତା ଓ ପ୍ରଚାର ପ୍ରସାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ )ପାରଳାଖେମୁଣ୍ଡି:-ଭୁବନେଶ୍ଵର ଠାରେ ମାସବ୍ୟାପୀ ଚାଲିଥିବା ଭିନ୍ନକ୍ଷମ ଶିଶୁ ଓ ଯୁବକ ମାନଙ୍କ ଆନ୍ତର୍ଜାତିକ ମହୋତ୍ସବ “ଅଞ୍ଜଳି”- ୨୦୨୨ କାର୍ଯ୍ୟକ୍ରମ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିସିଡି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଅଞ୍ଜଳି-୨୦୨୨ , ପ୍ରତିଭା ବିକଶିତ ଓ ଅଧିକାର ଅଧିନିୟମ-୨୦୧୬ କାର୍ଯ୍ୟକାରିତା ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ “ସିସିଡ଼ି” ଓ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ମିଳିତ ଆନୁକୁଲ୍ୟରେ ଭୁବନେଶ୍ଵରର “ସ୍ୱାଭିମାନ” ଅନୁଷ୍ଠାନ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । “ସମର୍ଥ” ର ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ଏମ: ମୁବାରକ୍ ଅଲ୍ଲୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଆଇନ ସମ୍ପର୍କରେ ତୃଣମୂଳ ସ୍ତରରେ ସମସ୍ତେ ଜାଣିବା ସହ ସାମାଜିକ ସ୍ତରରେ ସମସ୍ତେ ଜଡ଼ିତ ହେବା ଏବଂ ପରିବାରର ଏ ଦିଗରେ ସମର୍ଥନ ରହିଲେ ହିଁ ଏହି ଆଇନର ସଫଳତା ବୃଦ୍ଧି ପାଇଁ ବୋଲି କହିଥିଲେ ।ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପୂର୍ବତନ ଅଧ୍ୟକ୍ଷ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ସରକାରୀ ଓକିଲ ଶ୍ରୀ ଶରତ ପ୍ରଧାନ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ସୁରକ୍ଷା , ବିକାଶ ଓ ସହଭାଗିତା ପ୍ରଭୃତି ରହିଥିବା ଅଧିକାର ସମ୍ପର୍କରେ କହି ଏହି ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ରହିଥିବା ଦଣ୍ଡବିଧାନର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସି ସିଡି ସଂପାଦକ ଶ୍ରୀ ଏ:ଜଗନ୍ନାଥରାଜୁ ,”ନିୟତି” ଭିନ୍ନକ୍ଷମ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ସାମାଜିକ ସୁରକ୍ଷା ବିଭାଗ ଉପଖଣ୍ଡିୟ ଅଧିକାରିଣୀ ଶ୍ରୀମତୀ ଉତ୍ସର୍ଗିତା ରଇତ , ଜିଲ୍ଲା ସ୍ୱୟଂ ଓ ଓଏଲଏମ: ର ଜେଣ୍ଡର ଇଣ୍ଟରଭେନସନ ଜିଲ୍ଲା ସଂଜୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ଆକାଂକ୍ଷା ଜିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଲିଡର ଶ୍ରୀ ବିଭୂତି ଦଳେଇ , “ସଖୀ” ୱାନ-ଷ୍ଟପ କେନ୍ଦ୍ରର କାଉନସିଲର ଶ୍ରୀମତୀ ମୀନା କୁମାରୀ ଟହଲ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ଅଧିକାର ଅଧିନିୟମ “ଆକ୍ଟ-୨୦୧୬” ଓ ସେମାନଙ୍କ ବିଭାଗୀୟ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।କାର୍ଯ୍ୟକ୍ରମରେ ସମର୍ଥର ସଂପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା , କର୍ମଶାଳା କାର୍ଯ୍ୟକ୍ରମରେ ସଂଯୋଜନା କରି ଭିନ୍ନକ୍ଷମ ମାନଙ୍କ ଅଧିକାର , ସୁରକ୍ଷା ଓ ଆଇନ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଭିନ୍ନକ୍ଷମଙ୍କ ନିମନ୍ତେ ଉଦ୍ଧିଷ୍ଟ ଅଧିକାର ଅଧିନିୟମ ଆକ୍ଟ-୨୦୧୬ ଗାଁ ଗହଳିରେ କିଭଳି ବହୁଳ ପ୍ରଚାର ପ୍ରସାର ହୋଇ ଭିନ୍ନକ୍ଷମ ମାନେ କିଭଳି ଏହାର ସୁଯୋଗ ନେଇ ଉପକୃତ ହୋଇ ପାରିବେ ଏହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।ଏହି ଅବସରରେ ଉପସ୍ଥିତ ଭିନ୍ନକ୍ଷମ ଓ ଅନ୍ୟମାନଙ୍କ ସଚେତନତା ପାଇଁ ୧୫ ମିନିଟର ଭିନ୍ନକ୍ଷମ ଓ ସେମାନଙ୍କ ବିକାଶ ଆଧାରିତ ଏକ ଉପାଦେୟ ଭିଡିଓ ଫିଲ୍ମପ୍ରଦର୍ଶିତହୋଇଥିଲାଏହିକାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରଗୁମ୍ମା,ସେରଙ୍ଗ ଭୁବନି ଓ ତୁମୁଲପଞ୍ଚାୟତରଜନପ୍ରତିନିଧି ସମର୍ଥ ଅନୁଷ୍ଠାନର ଅନ୍ତେବାସୀ , ସଖି ୱାନ-ଷ୍ଟପ କେନ୍ଦ୍ରର କାଉନସିଲର , ସିସିଡ଼ି କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026