ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ – ଆର. ଉଉଦୟଗିରି

୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଉଦୟଗିରି :- ବିଭିନ୍ନ ଦାବି ନେଇ ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡି ଓ୍ବାର୍କର୍ସ ଅସୋସିଏସନ ତରଫରୁ ଅଙ୍ଗନବାଡି କର୍ମୀମାନେ ଆଇସିଡିଏସ୍ ଅଫିସ୍ ଆଗରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧରଣାରେ ବସିଛନ୍ତି । ଅଙ୍ଗନବାଡି କର୍ମୀଙ୍କୁ ସରକାର କର୍ମଚାରୀ ଘୋଷଣା କରବ,ମାସକ ବେତନ ୧୮ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୯ ହଜାର ଟଙ୍କା ଦିଆଯିବା ଆଦି ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ମରକପତ୍ର ପ୍ରଦାନ କରିଥିଲେ । ବିଗତ ଦିନ ମାନଙ୍କରେ ଅନେକ ଥର ରାଜ୍ୟ ସରକାରଙ୍କ ଗୁହାରୀ କରିଛୁ। କୌଣସି ସୁଫଳ ମିଳିନାହିଁ । ସରକାର ଦାବି ପୂରଣ କରିବା ଯାଏଁ ଧାରଣା ଜାରି ରହିବ ବୋଲି ସଂଘର ସଭାନେତ୍ରୀ ଟୁନି ଦୋରା ଏବଂ ସଂପାଦିକା ଅନୀତା କାର୍ଯ୍ୟ କହିଛନ୍ତି ।

Exit mobile version