୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଆର. ଉଦୟଗିରି ବ୍ଲକ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ବ୍ଲକସ୍ତରୀୟ ଦିନିକିଆ ଗ୍ରାମ ପଞ୍ଚାୟତ ଉନ୍ନୟନ ବାଷିକ ଖସଡା ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥି୍ଲା । ଏଥିରେ ବିଡିଓ ଲରିମନ ଖର୍ସେଲ , ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମିନାୟଣ ଶବର , ଜିଲାପରିଷଦ ସଭ୍ୟା ଜମୁନା ଦଳବେହେରା, ଦଣ୍ଡପାଣି ବଡମୁଣ୍ଡି,ସହକାରୀ ଯନ୍ତୀ ନିଳାଞ୍ଚଳ ମହାପାତ୍ର, ଏପିଓ ଅକ୍ଷୟ କୁମାର ବିଷୋଇରନ୍ତ ମେଡିକାଲ ଅଫିସର ନିବେଦିତା ପଣ୍ଡା ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, ସାସଂଦ ପ୍ରତିନିଧି ଜଗବନ୍ଧୁ ଦ।ସ, 
ଗ୍ରାମ ଭାରପ୍ରାତ ପଞ୍ଚାୟତ ମମ୍ପ୍ରସାରଣ ଅଧିକାରୀ ଶସାଙ୍କ ସେଖର ସୁଦ୍ଦୁଧି , ଓଡିଶା ଜୀବିକା ମିଶନ ବିପିଏମ୍ ରଜନୀ କାନ୍ତ ପଣ୍ଡା , ସିଡିପିଓ ଲଳିତା ପୂଜାରୀ ଓ ବ୍ଲକର ସମସ୍ତ ଲାଇନି ଡିପାର୍ଟମେଣ୍ଟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ୍ୟତଃ ପଞ୍ଚାୟତ ସ୍ତରରେ ଦୁଇଟି ଗ୍ରାମସଭା ମଧ୍ୟମରେ ଆଲୋଚନା କରି ଗଛିତ ପ୍ରାକୃତିକ ସମ୍ବଳର ଉପଯୋଗ ନ କରି କିପରି ଅର୍ଥନୈତିକ ବିକାଶ ଓ ସାମାଜିକ ସମାନତା ପ୍ରଦାନ ପାଇଁ ବିଭିନ୍ନ ବିଭାଗର ସମନ୍ବୟରେ ୨୦୨୩ – ୨୪ ଆର୍ଥିକ ବର୍ଷରେ କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ବିଭିନ୍ନ ଦିଗ ନେଇ ଆଲୋକପାତ କରାଯାଇଥିଲା । ୨୦୩୦ ସୁଦ୍ଧା ମିଳିତ ଜାତିସଂଘରେ ଦିଆଯାଇଥିବା ପ୍ରତିଶ୍ରୃତିକୁ ଯେପରି ପୂରଣ କରାଯାଇ ପାରିବ ସେ ନେଇ ପ୍ରଶିକ୍ଷକମାନେ ଆଲୋକପାତ କରିଥିଲେ । ବ୍ଲକର ସମସ୍ତ ସରପଞ୍ଚ, ପଞ୍ଚାୟତ ପିଇଓ, ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭାରପ୍ରାତ ଅଧିକାରୀ ଶ୍ରୀ ସୁଦ୍ଦୁଧି ଶିବିର ପରିଚାଳନା କରିଥିଲେ ।

