Home ଓଡ଼ିଶା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଛି ଚିପାକୁର ଶ୍ମଶାନ ଗୃହ : ଫାଇନାଲ ବିଲ୍ ହେଲା କେମିତି ? by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- କାମ ଅଧାପନ୍ତରିଆ ଭାବେ ଆଜି କୁ ୩ ରୁ ୫ ବର୍ଷ ହେବ ପଡି ରହିଥିବା ବେଳେ କେମିତି ପ୍ରଶାସନର ନଜର ଏ ଘଟଣା ଉପରେ ପଡିନାହିଁ ତାହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗ୍ରାମବାସୀଙ୍କ ଠାରୁ ଆଲୋଚନା ସମୟରେ ଶୁଣିବାକୁ ମିଳିଛି ଯେ କାଳେ ଏହି କାର୍ଯ୍ୟର ଫାଇନାଲ ବିଲ ମଧ୍ୟ ହୋଇଯାଇଛି । ଯଦି ଫାଇନାଲ ବିଲ ହୋଇଛି ତେବେ କେମିତି କରାଗଲା । କଣ ସେହି ସମୟରେ ପଂଚାୟତ ଦାୟତ୍ୱରେ ଜେଇ କିମ୍ବା ପଂଚାୟତସ୍ତରୀୟ ଅଧିକାରୀ ମାନେ କାର୍ଯ୍ୟ ତଦାରଖ କରିନଥିଲେ କି ? ତେବେ ଏହି କାର୍ଯ୍ୟର ଫାଇନାଲ ବିଲ ହୋଇଛି କି ନାହିଁ ତାହା ଏବେ ତଦନ୍ତ ସାପେକ୍ଷ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଚିପାକୁର ଗ୍ରାମପଂଚାୟତରେ ଥିବା ଶ୍ମଶାନ ଗୃହ । ଶ୍ମଶାନ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିଥିବା କାମକୁ କେବେ ସମ୍ପର୍ଣ୍ଣ କରାଯିବ ବୋଲି ଅପେକ୍ଷା କରି ବସିଛନ୍ତି ଗ୍ରାମବାସୀ । ଶ୍ମଶାନ ଗୃହ ନିର୍ମାଣ ଆରମ୍ଭ କରାଯାଇଥିବା ବେଳେ ଦୀର୍ଘ ବର୍ଷ ହେବ କାମ ନ ସରିବାରୁ ଏବେ ଅଧାପନ୍ତରିଆ ଭାବେ ରଖାଯିବା ଫଳରେ ତାହା ଏବେ ଭାଙ୍ଗିି ଯିବାକୁ ବସିଲାଣି । ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଯିବା ଫଳରେ କେତେକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ସିମେଣ୍ଠ ଖଣ୍ଡ ବାହାରି ପଡିଗଲାଣି । ଯାହାଫଳରେ ଗ୍ରାମରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଶବ ସତ୍କାର ନିମନ୍ତେ ଅସୁବିଧା ପରିଲକ୍ଷିତ ହେଉଛି ।ଏଣୁ ଏହି ଶ୍ମଶାନ ଗୃହ କାର୍ଯ୍ୟକୁ ତୁରନ୍ତ ନିର୍ମାଣ କରିବାକୁ ଦାବି ହୋଇଛି । ଏହି ଘଟଣାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ସୁଫଳ କିମ୍ବା ପ୍ରତିକାର ବ୍ୟବସ୍ଥା କରାଯାଇନଥିବା କହନ୍ତି ଗ୍ରାମର କିଛି ବ୍ୟକ୍ତି ।ତେବେ ଏସମ୍ପର୍କରେ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥିଙ୍କୁ ପଚାରିବରୁ ସେଏ କହିଥିଲେ ଯେ ଘଟଣା ବିଷୟରେ ମତେ କିଛି ଅଭିଯୋଗ ଆସିନାହିଁ । ଘଟଣା ବିଷୟରେ ଶୁଣିବା ପରେ କହିଥିଲେ ଯେ ଫାଇନାଲ ବିଲ ହୋଇଛି କି ନାହିଁ ତାହା ତଦନ୍ତ କରି ଦେଷୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି । ଯଦି ଅର୍ଦ୍ଧନିର୍ମିତ ଅବସ୍ଥାରେ ଶ୍ମଶାନ ରହିଛି ତେବେ ତାକୁ ଶ୍ରୀଘ ନିର୍ମାଣ କରିବା ପାଇଁ କୁହାଯିବ ବୋଲି ମଧ୍ୟ କହିଥିଲେ । Categories: ଓଡ଼ିଶା, କୋରାପୁଟ, ହୋମ୍ Related Content ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026