ବୁଲାଣି ଯୋଗୁଁ ଭାରସାମ୍ୟ ହରାଇ ବାରମ୍ବାର ଘଟୁଛି ଦୁର୍ଘଟଣା : କେବେ ଚେତା ପୁରିବ ପ୍ରଶାସନକୁ ..?

୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ଦିନ କୁ ଦିନ ବୁଲାଣି ରାସ୍ତା ଜନସାଧାରଣଙ୍କ ପାଇଁ କାଳ ସାଜିବା ସହ ସେହି ସ୍ଥାନରେ ବିଭିନ୍ନ ପ୍ରକାର ଛୋଟବଡ ଯାନବାହାନ ଦୁର୍ଘଟଣା ଗ୍ରସ୍ତ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ରାଜ୍ୟସରକାର କାହିଁକି ଏହି ସମସ୍ୟା ପ୍ରତି ଗୁରୁତ ଦେଉନାହାନ୍ତି ତାହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖା ଦେଉଛି । ମାଓ ମୁକାବିଲା କରିବା ପାଇଁ ବୈପାରିଗୁଡା ବ୍ଲକରେ ମୃତୟନ ଥିବା ୧୫୧ ବିଏନ ବିଏସ୍‌ଏଫ୍ ଯବାନ ଏବେ ଏହି ରାସ୍ତାରେ ଯାତାୟତ କରୁଥିବା ଯାନବାହାନର ଭଗବାନ ସାଜି ଡାକ୍ତର ଭାବେ କାର୍ଯ୍ୟ କରୁଥିବାର କୁହାଯାଉଛି । ସେହି ରାସ୍ତାରେ ଦିନ କୁ ଗୋଟିଏ ଗାଡି ଦୁର୍ଘଟଣା ଘଟୁଥିବା ବେଳେ ସ୍ଥାନୀୟ ମନ୍ତ୍ରୀଆମ୍ବର ୧୫୧ ବିଏନ୍ ବିଏସ୍‌ଏ୍‌ଫ ଯବାନ ମାନେ ପ୍ରାଥମିକ ଚିକିତ୍ସା କରିବା ସହ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତି କରୁଥିବାର ଦେଖାଯାଇଛି । 

ରାଂଚି ବିଜୟୱାର୍ଡା ଜାତୀୟ ରାଜପଥ ତଥା ୩୨୬ ରେ ବୈପାରିଗୁଡା ଠାରୁ ଗୋବିନ୍ଦପାଲ୍ଳୀ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବିପଦପୂର୍ଣ୍ଣ ବୁଲାଣି ରହିଥିବା ବେଳେ ଅନେକ ଗାଡି ଏହି ସ୍ଥାନରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ଆଜି ମଧ୍ୟ ବୈପାରିଗୁଡା ଥାନା ଅନ୍ତର୍ଗତ ଏହି ରାସ୍ତାର ଶୁକୁରୀଗୁଡା ଗ୍ରାମ ପାଖରେ ଏକ ଟ୍ରକ ନଂ ଏପି ୧୬ ଟିଇ ୬୭୫୮ ବିଜୟୱାଡା ଠାରୁ କୁକୁଡା ଖାଦ୍ୟ ନେଇ ମାଲକାନଗିରି ଯାଉଥିବା ସମୟରେ ଉକ୍ତ ସ୍ଥାନର ବୁଲାଣି ପାଖରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛି ।

ସ୍ଥାନୀୟ ମନ୍ତ୍ରୀଆମ୍ବର ୧୫୧ ବିଏନ୍ ବିଏସ୍‌ଏ୍‌ଫ ଯବାନ ପକ୍ଷରୁ ବୈପାରିଗୁଡା ଥାନା ଅଧିକାରୀ ଅଶ୍‌ିନୀ କୁମାର ପଟ୍ଟନାୟକଙ୍କୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ମାତ୍ର ଘଟଣା ସ୍ଥଳକୁ ଯାଇ ବିଏସ୍‌ଏଫ୍‌ଙ୍କ ସହିତ ମିଶି ଟ୍ରକ ଚାଳକକୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ଆଉ କେତେ ଦୁର୍ଘଟଣା ଘଟିଲେ ପ୍ରଶାସନ କିମ୍ବା ସରକାର ଏଥିପ୍ରତି ଗୁରୁତ ଦେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Exit mobile version