୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅନ୍ତର୍ଗତ ସରଳlପଦର ଗ୍ରାମ ନିକଟସ୍ଥ ମାମୁଁ ଭଣଜା ପାହାଡ ନିକଟ ରେଳଧାରଣା ରେ କୌଣସି ଏକ ଟ୍ରେନରେ କଟି ଗୋଟେ ଛଅ ଫୁଟ ର ଅଜଗର ସାପ ଖଣ୍ଡ ଖଣ୍ଡ ହୋଇ ପଡି ରହିଥିଲା | 
ସୂଚନା ଅନୁଯାଇ ଆଜି ସକାଳ ଭୋର ସମୟରେ ଗ୍ରାମର କିଛି ଲୋକ ମାମୁଁ ଭଣଜା ପାହାଡ଼ର ଆର ପଟକୁ ନିଜର କ୍ଷେତଜମିକୁ ଧାନ ଆଣିବାକୁ ଯିବାବେଳେ ରେଳ ଧାରଣା ଉପରେ ଗୋଟିଏ ଅଜଗର ସାପ କୌଣସି ଏକ ଟ୍ରେନରେ କଟି 3 ଖଣ୍ଡ ହୋଇ ପଡ଼ିଥିବାର ଦେଖିଥିଲେ l ସାପଟି ଖାଦ୍ୟ ଅନ୍ୱେଷଣ ରେ ଆସିଥିବା ଅନୁମାନ କରାଯାଉଛି | ଖବର ପାଇ ବାଲୁଗାଁ ବନବିଭାଗ ସେଠାରେ ପହଁଚି ସାପଟିକୁ ଜବତ କରିଥିଲେ l ଉକ୍ତ ସାପଟି ଛଅ ପୁଟ ଲମ୍ୱ , ପ୍ରାୟ ପନ୍ଦର କେଜି ଓଜନ ହେବ l ସାପଟିକୁ ପୋତିଦିଆ ଯିବ ବୋଲି ବନବିଭାଗ ସୂଚନା ଦେଇଛି |

