ବାଲୁଗାଁ : ମହିଳାଙ୍କୁ ଅସଦାଚରଣ ଓ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଆଜି ଦୁଇଗୋଟି ପୃଥକ ପୃଥକ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ୱୟ ହେଲେ ଅସଦାଚରଣ ମାମଲାରେ ଅମୁଲ୍ୟ ଜେନା(30),ଚୋରି ମାମଲାରେ ନୌଷଦ ମିର୍ଜା (22) l ସୂଚନା ମୁତାବକ ଗତ କାଲି ରାତିରେ ବାଣପୁର ଥାନା ଅନ୍ତର୍ଗତ ନାରଣଦେଇ ପୁର ଗ୍ରାମର ଜୈନିକl ମହିଳାଙ୍କ ଘରେ ପଶି ଅମୁଲ୍ୟ ଜେନା ନାମକ ଯୁବକ ଅସଦାଚରଣ କରିଥିଲା l ଉକ୍ତ ଘଟଣା ସମ୍ପର୍କରେ ଅନ୍ୟ କାହାରିକୁ ଜଣେଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା l

କିନ୍ତୁ ମହିଳା ଜଣକ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଭିତିକରି 544/22 ରେ ମାମଲା ରୁଜୁକରି ଅମୁଲ୍ୟକୁ ଗିରଫ କୋର୍ଟ ଚାଲାଣ କରିଛି l  ସେହିପରି ଅନୁରୂପ ଭାବେ ଗତ ଦୁଇ ଦିନ ତଳେ ବାଣପୁର ବଡହନ୍ତୁଆଡ଼ ଗ୍ରାମର ନୌଷଦ ମିର୍ଜା ନାମକ ଯୁବକ ଗାଲୁଆ ଗ୍ରାମର ଶଙ୍କର୍ଷଣ ପରିଡାଙ୍କ ଘର ଭିତରେ ଲୁଚିକରି ଥିଲା l ଶଙ୍କର୍ଷଣଙ୍କ ପତ୍ନୀ ନୌଷଦକୁ ଦେଖି ଭୟଭୀତ ହୋଇ ଜୋରରେ ପାଟିକରିବାରୁ ପାଟି ଶୁଣି ସଙ୍ଗେ ସଙ୍ଗେ ପଡୋଶୀ ଲୋକମାନେ ପହଞ୍ଚି ଅଭିଯୁକ୍ତକୁ କାବୁକରି ପୋଲିସ ଜିମା ଦେଇ ଥିଲେ l

ପରବର୍ତ୍ତୀ ସମୟରେ ଘରୁ ପାଞ୍ଚ ହଜାର ଟଙ୍କା ଚୋରି ହୋଇଥିବାର ରଜନୀ ଜାଣିବାକୁ ପାଇଥିଲେ l ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଉକ୍ତ ପାଞ୍ଚ ହଜାର ଟଙ୍କା ଅଭିଯୁକ୍ତ ନୌଷଦଙ୍କ ଠାରୁ ପୋଲିସ ଜବତ କରି ରଜନୀକୁ ଫେରେଇଥିବାବେଳେ ଅଭିଯୋଗ କ୍ରମେ 543/22ରେ ମାମଲା ରୁଜୁକରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି l ପୂର୍ବରୁ ନୌଷଦଙ୍କ ନାମରେ ଏକାଧିକ ମାମଲା ଥିବା ପୋଲିସ କହିଛି l

Exit mobile version