ତୃତୀୟ ବାର୍ଷିକ ବମ୍ଫକୁଦ ପ୍ରିମିୟର ଲିଗ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) କଟଟ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୁଲନଖରା ନିକଟସ୍ଥ , ମା ଯୋଗିଆଣୀ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ତୃତୀୟ ବାର୍ଷିକ ବିପିଏଲ ବମ୍ଫକୁଦ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଗୁରୁବାର ଦିନ ବମ୍ଫକୁଦ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ।ଏହି ଟୁର୍ଣ୍ଣାମେଣ୍ଟ କୁ ସମାଜ ସେବୀ ଆଇନଜୀବୀ ସ୍ୱାଧିନଚେତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଆୟୋଜିତ ଉସ୍ଚବ ରେ ପଣ୍ଡିତ ପ୍ରବିର ପତି ସାଗର ନନା , ଧୃବ ଚରଣ ଜେନା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମ ଉଦଘାଟନୀ ମ୍ୟାଚର ଟସ୍ ଜିଣି ଏମ କେ କଳିଙ୍ଗ ଟିମ ବ୍ୟାଣ୍ଟିଙ୍ଗ ନେଇ କିଙ୍ଗଷ୍ଟାର ଇଲେଭେନକୁ ସୁଯୋଗ ଦେଇ ଥିଲା ।ଉଦଘାଟନ ମ୍ୟାଚରେ କିଙ୍ଗଷ୍ଟାର ଟିମ ୬ ଉଇକେଟ ବିନିମୟରେ ୮୯ ରନ କରିଥିଲା । ଏହାର ପ୍ରତି ଜବାବରେ ଏମ କେ କଳିଙ୍ଗ ଟିମ ୭ ଉଇକେଟ ହରାଇ ୯୩ ରନ କରି ବିଜୟୀ ହାସଲ କରିଥିଲେ । କ୍ରୀଡା ପରିଚାଳନା କରିଥିଲେ ଟୁନା ଜେନା ଏବଂ କ୍ଲବର ସମସ୍ତ ସଦସ୍ୟ ।

Exit mobile version