ଗ୍ରାମପଞ୍ଚାୟତରେ ଉନ୍ନୟନ ବାର୍ଷିକ ଖସଡା ପ୍ରସ୍ତୁତି ତାଲିମ

୩୦ ନଭେମ୍ବର ବୁଧବାର (ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ନୁଆଗଡ ବ୍ଲକ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ବ୍ଲକସ୍ତରୀୟ ଦିନିକିଆ ଗ୍ରାମ ପଞ୍ଚାୟତ ଉନ୍ନୟନ ବାର୍ଷିକ ଖସଡା ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥି୍ଲା । ଏଥିରେ ବିଡିଓ ଅନୁପ ଅଭିଷେକ ବେହେରା, ଅଧ୍ୟକ୍ଷା ମଳତୀ ପ୍ରଧାନ, ଏଇଇ ପଦ୍ୟୁମ୍ନ ଦାସ, ମେଡିକାଲ ଅଫିସର ଡା. ପ୍ରଜ୍ଞା ପାଢୀ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ,

ଏବିଇଓ ଲିଙ୍ଗରାଜ ଜାଜି, ଏପିଓ ଦିଲୀପ କୁମାର ଦାସ ସିପିଆର୍ ଲକ୍ମି ପତି, ଗ୍ରାମ ପଞ୍ଚାୟତ ମମ୍ପ୍ରସାରଣ ଅଧିକାରୀ ଭାରପ୍ରାତ ନୃସିଂହ ଚରଣ ମିଶ୍ର, ଓଡିଶା ଜୀବିକା ମିଶନ ବିପିଏମ୍ ସତ୍ୟବାଦୀ ପାଇକ, ସିଡିପିଓ ସୁରତି ପ୍ରଧାନ ଓ ବ୍ଲକର ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ୍ୟତଃ ପଞ୍ଚାୟତ ସ୍ତରରେ ଦୁଇଟି ଗ୍ରାମସଭା ମଧ୍ୟମରେ ଆଲୋଚନା କରି ଗଛିତ ପ୍ରାକୃତିକ ସମ୍ବଳର ଉପଯୋଗ ନ କରି କିପରି ଅର୍ଥନୈତିକ ବିକାଶ ଓ ସାମାଜିକ ସମାନତା ପ୍ରଦାନ ପାଇଁ ବିଭିନ୍ନ ବିଭାଗର ସମନ୍ବୟରେ ୨୦୨୩ /୨୪ ଆର୍ଥିକ ବର୍ଷରେ କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ବିଭିନ୍ନ ଦିଗ ନେଇ ଆଲୋକପାତ କରାଯାଇଥିଲା ।

୨୦୩୦ ସୁଦ୍ଧା ମିଳିତ ଜାତି ସଂଘରେ ଦିଆଯାଇଥିବା ପ୍ରତିଶ୍ରୃତିକୁ ଯେପରି ପୂରଣ କରାଯାଇ ପାରିବ ସେ ନେଇ ପ୍ରଶିକ୍ଷକ ମାନେ ଆଲୋକପାତ କରିଥିଲେ । ବ୍ଲକର ସମସ୍ତ ସରପଞ୍ଚ, ପଞ୍ଚାୟତ ପିଇଓ, ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭାରପ୍ରାତ ଅଧିକାରୀ ନରସିଂହ ଚରଣ ମିଶ୍ର ଶିବିର ପରିଚାଳନା କରିଥିଲେ ।

Exit mobile version