ଆର. ଉଦୟଗିରିର ଉପସଭାପତି ଶ୍ରୀମତି ନର୍ମଦା ଦଳେଇ ଅପ୍ରତିଦ୍ୱବନ୍ଦୀ ଭାବେ ନିର୍ବାଚିତ

୩୦ ନଭେମ୍ବର ବୁଧବାର (ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ RMC କାର୍ଯ୍ୟାଳୟ ଠାରେ RMC (ଆର.ଉଦୟଗିରି) ର ଉପସଭାପତି ପଦପାଇଁ ନିର୍ବାଚନ ପ୍ରକ୍ରିୟା ଯାରିରହିଥିଲା, RMC (ଆର. ଉଦୟଗିରି) ଉପସଭାପତି ଶ୍ରୀମତି ନର୍ମଦା ଦଳେଇ ଅପ୍ରତିଦ୍ୱବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ RMC ଆର ଉଦୟଗିରି ସଭାପତି ଶ୍ରୀ ଏସ ଗଜପତି ରାଓ, ସମସ୍ତ ଡାଇରେକ୍ଟର ଓ RMC ଆର ଉଦୟଗିରି ଉପସଭାପତି ଶ୍ରୀମତି ନର୍ମଦା ଦଳେଇ କଲେଜ ଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ଓ

ପାରଳାଖେମୁଣ୍ଡି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଟ ନେତା ତଥା ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ବରିଷ୍ଟ ନେତା ବସନ୍ତ ଦାସ, RMC ଆର ଉଦୟଗିରି,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଏସ ବାଲରାଜୁ, ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ୍ ପାଲ,ସମସ୍ତ ବ୍ଲକ୍ ର ଅଧ୍ୟକ୍ଷ ଓ ବିଜୁଜନତା ଦଳର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ।

Exit mobile version