୩୦ ନଭେମ୍ବର ବୁଧବାର (ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- 30/11/2022 ରିଖରେ ଗଜପତି ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ କେ.ଏମ.ଭାଲିଆସାହିଠାରେ ଛାତ୍ରଛାତ୍ରୀମାନଙ୍କର ଜନ୍ମଦିବସ ସାମୁହିକଭାବେ ମହାସମାରୋହରେ ପାଳିତ ହୋଇଯାଇଅଛି l ଏହି ଦିବସରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା 29 ଜଣ ଛାତ୍ରଛାତ୍ରୀମାନଙ୍କର ଜନ୍ମଦିବସ ପାଳନ କରାଯାଇଥିଲା l ଉକ୍ତ ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ସମେତ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ l 
ଉକ୍ତ ଅବସରରେ ଜନ୍ମଦିବସ ପାଳନ କରିଥିବା ଛାତ୍ରଛାତ୍ରୀମାନେ କେକ କାଟି ବିଦ୍ୟାଳୟରେ ଖୁସିର ଲହରୀ ଖେଳିଦେଇଥିଲେ l ଏତଦ ବ୍ୟତୀତ ବିଦ୍ୟାଳୟରେ ସମସ୍ତଙ୍କ ପାଇଁ କ୍ଷୀରି, ମିଷ୍ଠlନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ଏହି ସବୁ କାର୍ଯ୍ୟକ୍ରମ ପାଇଁ ଆଜିର ଦିବସଟି ବିଦ୍ୟାଳୟ ପାଇଁ ଚିରସ୍ମରଣୀୟ ରହିବ l

