”ମିଶନ ଶକ୍ତି କାଫେ” କ୍ୟାଣ୍ଟିନ୍ ଉଦ୍ଘାଟନ ଜିଲ୍ଲାପାଳ

୩୦ ନଭେମ୍ବର ବୁଧବାର (ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ଆର,ଉଦୟଗିରି ବ୍ଳକର ମିଶନ ଶକ୍ତି ମହିଳା ଯେଭଳି ରୋଜଗାରକ୍ଷମ ହୋଇପାରିବେ । ସେଥିଲାଗି ସେମାନଙ୍କ ପାଇଁ ନିର୍ମାଣ କରାଯାଇଛି । ମିଶନ ଶକ୍ତି କାଫେ କେଣ୍ଟିନ୍ । ଏହି କାଫେକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍ଘାଟନ କରିଥିଲେ । ଖାଦ୍ୟର ମାନ ଯାଞ୍ଚକରି ନିଜେ ଜିଲ୍ଲାପାଳ କାଫେରେ ଖାଇ ଖାଦ୍ୟ ପରଖିଥିଲେ ।

ଗଜପତି ଜିଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ।ରାଜ୍ୟର କେତେକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ସବୁଜ ସୁନ୍ଦର ପାହାଡ କନ୍ଦର ର ଗନ୍ତାଘର ଗଜପତି ଜିଲ୍ଲା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଛି । ଯେଉଁଠିକୁ ବୁଲିବା ପାଇଁ ବର୍ଷ ସାରା ବିଭିନ୍ନ ସ୍ଥାନରୁ ପରିଦର୍ଶକ ମାନେ ଆସିଥାନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଉପଭୋଗ କରିବାକୁ ଆସୁଥିବା ପରିଦର୍ଶକ ଙ୍କୁ ସ୍ଵାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିବା ସହିତ ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇବାରେ ବେଶ୍ ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ । ଏତଦବ୍ୟତୀତ ସୁସ୍ଥ ଓ ଘରୋଇ ଖାଦ୍ୟ ଖାଇବାକୁ ମିଳିବା ସହିତ ମହିଳା ମାନଙ୍କୁ ରୋଜଗାରକ୍ଷମ କରିବ ।

ଏହି କାର୍ଯ୍ୟକ୍ରମରେ ଟିଫ ପିଡି ଡିଆରଡିଏ ରୋମାଞ୍ଚଳ ଖମାରି , ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମିନାୟଣ ଶବର, ବିପିସି ମିଶନ ଶକ୍ତି ବସନ୍ତ କୁମାର ବଡମୁଣ୍ଡି ଓ ସମସ୍ତ ସ୍ବୟଂ ସହାୟିକ ଗୋଷ୍ଠୀ ଉପସ୍ଥିତ ଥିଲେ ।

ସାରା ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ନାରୀ ମାନଙ୍କ ପାଇଁ ମିଶନଶକ୍ତି ପକ୍ଷରୁ ଆର୍ ଉଦୟଗିରି ବ୍ଳକ ର ମହିଳା ମାନଙ୍କ ପାଇଁ ନିର୍ମାଣଧିନ କାଫେ ମହିଳା ମାନଙ୍କୁ କର୍ମଜୀବୀ ଓ ରୋଜଗାର ପନ୍ଥା ଅବଲମ୍ବନ କରିବାରେ ଅନ୍ୟ ମାନଙ୍କୁ ପ୍ରେରଣା ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

Exit mobile version