୩୦ ନଭେମ୍ବର ବୁଧବାର (ଓଡ଼ିଶା ତାଜା ନ୍ୟୁଜ ) କୁଡୁମୁଲୁଗୁମ୍ମା :- କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନ ତରଫରୁ ଚିଲିପଦର ଗ୍ରାମ ରେ ଜନ ସମ୍ପର୍କ ଅଭିଯାନ ଅନ୍ତର୍ଗତ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜିର ସ୍ବତନ୍ତ୍ର ଜନ ସମ୍ପର୍କ ଅଭିଯାନ ରେ ୧୫୧ ବିଏସଏଫ ବାଟାଲିୟନ ର କମାଣ୍ଡାଣ୍ଟ ଶ୍ରୀ ରବିନ୍ଦ୍ର ଠକ୍କର, କମ୍ପାନୀ କମାଣ୍ଡର ଶ୍ରୀ ନୀରଜ ଶର୍ମା, ଇନ୍ସପେକ୍ଟର ଶ୍ରୀ ଜଶୋବନ୍ତ ସାମଲ,କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ସ୍ଥାନୀୟ ଶିକ୍ଷକ ଶ୍ରୀ କାଳନ୍ଦୀ ଚରଣ ରାଉତ, ସମାଜସେବୀ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । 
ଆଜିର ଏହି କାର୍ଯ୍ୟକ୍ରମରେ ଚିଲିପଦର ଓ ଏହାର ଆଖପାଖ ଅଞ୍ଚଳର ପାଖାପାଖି ୧୫୦ ରୁ ଉର୍ଦ୍ଧ୍ବ ସ୍ଥାନୀୟ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୭୧୦୦୦/- ଟଙ୍କା ମୁଲ୍ୟର ବିଭିନ୍ନ ପ୍ରକାରର ଚାଷୀ ଉପକରଣ ଯଥା- କୋଡ଼ି,ଦାଆ,ଖୁରପା ପ୍ରଭୃତି ୧୦୧ ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା ବେଳେ, ଯୂବକ୍ରିଡା କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କ୍ରିଡ଼ା ସାମଗ୍ରୀ ଯଥା- ଭଲିବଲ, ଫୁଟବଲ,ରିଙ୍ଗବଲ, କ୍ରିକେଟ ଉପକରଣ ଓ କ୍ରିଡାପଯୋଗୀ ଟି ସାର୍ଟ ପ୍ରଭୃତି ପ୍ରଦାନ କରାଯାଇଛି । ଏହି ଗ୍ରାମରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟ ର ପିଲାଙ୍କ ଖେଳିବା ପାଇଁ ମଧ୍ୟ କ୍ରିଡ଼ା ଉପକରଣ ମାନ ଦିଆଯାଇଥିଲା । ଏହି ଅବସରରେ ବିଏସଏଫ କମାଣ୍ଡାଣ୍ଟ ଶ୍ରୀ ଠକ୍କର କହିଛନ୍ତି ଯେ ସେ ଏହି ଅଞ୍ଚଳର ସୁରକ୍ଷା ସହିତ, ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମୂହଙ୍କ ଅଭିବୃଦ୍ଧି ପାଇଁ ବିଭିନ୍ନ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମ ମାନ ଗ୍ରହଣ କରିଛନ୍ତି ,ଯାହା ଫଳରେ ବିଏସଏଫ ବର୍ତ୍ତମାନ ଲୋକଙ୍କ ସେବା କାର୍ଯ୍ୟରେ ଯୋଡ଼ି ହେବାରଏକ ନୂତନ ସମ୍ଭାବନା ସୃଷ୍ଟି କରିପାରିଛି ।

