୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭାରାତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ମେକ ଇନ ଓଡ଼ିଶା ୨୦୨୨ ସମାରୋହରେ ଓଡ଼ିଶବାସୀଙ୍କୁ ଏହାର ଷ୍ଟଲ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରି ନିଜକୁ ସୌଭାଗ୍ୟ ମନେ କରୁଛି । ଓଡ଼ିଶାର ପୁଞ୍ଜି ନିବେଶ ଇଭେଂଟରେ କମ୍ପାନି ଏହାର ଉତ୍ପାଦନର ଉତ୍କର୍ଷତାକୁ ପୁଣିଥରେ ଉପସ୍ଥାପନ କରିବାକୁ ଅପେକ୍ଷା କରିଛି, ଯାହା ବିଶ୍ୱର ଉତ୍ପାଦନ ଲକ୍ଷ୍ୟସ୍ଥଳ ଭାବେ ରାଜ୍ୟ ପାଇଁ ବିକାଶର ସମ୍ଭାବନାକୁ ପ୍ରମାଣିତ କରୁଛି । ଏହା ମଧ୍ୟ ଏକ ଦୃଢ ଉତ୍ପାଦନ ଓ ଗୁଣାତ୍ମକ ଆଲୁମିନିୟମ ଯୋଗାଣ ଶକ୍ତି ଉପରେ ନିର୍ମିତ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାକୁ ପ୍ରୟାସୀ ।
ସମାରୋହରେ ବେଦାନ୍ତ ଷ୍ଟଲ ପରିଦର୍ଶକଙ୍କୁ ଏକ ରୋମାଂଚକର ଓ ଇମରସିଭ ବ୍ରାଣ୍ଡ ଅଭିଜ୍ଞତା ପ୍ରଦାନ କରିବ । ଅତୀତର କଳା ପ୍ରତିପୋଷଣ ଠାରୁ ଆରମ୍ଭ କରି ଭବିଷ୍ୟତର ଧାତୁରେ ବିନିଯୋଗ ପର୍ଯ୍ୟନ୍ତ ବିଷୟବସ୍ତୁ ସହିତ ଷ୍ଟଲ ହାଉସ ଭିଆର କେନ୍ଦ୍ର, କାରିଗର ଫଟୋଗ୍ରାଫ ଓ ଅନ୍ୟାନ୍ୟ ବସ୍ତୁ ନିଶ୍ଚିତ ଭାବେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଆକର୍ଷିତ କରିବ । ଛାତ୍ର, ସିଇଓ ବା ଗୃହ ନିର୍ମାଣକାରୀ ହୁଅନ୍ତୁ ସମସ୍ତଙ୍କ ପାଇଁ ଏଠାରୁ ଏକ ସ୍ମରଣୀୟ ଅନୁଭୂତି ମିଳିପାରିବ । କଂପାନି ମଧ୍ୟ ବହୁ ଅଗ୍ରଣୀ ବିଦ୍ୟାଳୟ ଓ କଲେଜକୁ ବିଶେଷ ନିମନ୍ତ୍ରଣ କରିଛି ।
