ଓଡିଶା ପରିବେଶ ସମିତି ପକ୍ଷରୁ ଗୁମ୍ମା ଓ ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଭୁବନେଶ୍ଵର ସ୍ଥିତ ଓଡିଶା ପରିବେଶ ସମିତି ଆନୁକୁଲ୍ୟ”ରେ ଏବଂ ଷ୍ଟେଟ ବ୍ୟାଙ୍କ ଅଫଇଣ୍ଡିଆ ଆଞ୍ଚଳିକ ଶାଖା ରାୟଗଡାର ପୃଷ୍ଠ ପୋଷକତାରେ ଏବଂସ୍ବେଛାସେବୀ ସଂଗଠନ ସି ସି ଡ଼ିର ସହଯୋଗରେ ଗଜପତି ଜିଲ୍ଲା ଗୁମ୍ମା ଓ ଗୋଷାଣୀ ବ୍ଲକ୍ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କଅର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମୁଖ୍ୟତଃ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପାରସମ୍ଭା ଗ୍ରାମ ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣପିଠ ବିଦ୍ୟାଳୟ ପରିସରରେ ୧୦୦ଟି ଚାରା , ପାଞ୍ଚ ମାଇଲ ଗ୍ରାମରେ ୧୫୦ଟି ଚାରା , ହୋମ ଲାଇଫ କେନ୍ଦ୍ର ପରିସରରେ ୫୦ଟି ଚାରା , ଗୋଷାଣୀ ବ୍ଲକର ଆର: ସୀତାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୪୦ଟି ଚାରା , ଗୁରାଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ୬୦ଟି ଚାରା ଏବଂ ଗୁରାଣ୍ଡି ପୋଲିସ ଥାନା ପରିସରରେ ୩୦ଟି ଚାରା ରୋପଣ କରା ଯାଇଥିଲା ଚାରା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଅର୍ଜୁନ ଅଁଳା ,

କରଞ୍ଜ , ପଣସ , ନିମ , ଆମ୍ବ , ପିଜୁଳି ଇତ୍ୟାଦି ମୋଟ ୬୩୦ଟି ଚାରା ଆଜି ରୋପଣ କରା ଯାଇଥିଲା ଏହି ବୃକ୍ଷ ରୋପଣ ଉତ୍ସବ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପାରଳାଖେମୁଣ୍ଡି ଶାଖାର ମୁଖ୍ୟପ୍ରବନ୍ଧକ ଶ୍ରୀ ଚକ୍ରଧର ନାୟକ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ସବୁଜ ପ୍ରେମୀ ତଥା ସମାଜସେବୀ ଶ୍ରୀ ମନୋଜ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣର ମାହାତ୍ମ୍ୟ ତଥା ଉପାଦେୟତା ଓ ମହତ୍ ଉଦ୍ଦେଶ୍ୟ ଉପରେ ଉପସ୍ଥିତ ଗ୍ରାମବାସୀ , ସ୍କୁଲ ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ ଓ ପୋଲିସ କର୍ମଚାରୀ ମାନଙ୍କୁ ବୁଝାଇ ସଚେତନ କରାଇ ଥିଲେ ଓଡିଶା ପରିବେଶ ସମିତିର ମୂଳ ଲକ୍ଷ୍ୟ ହେଉଛି ସାରା ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ବିପର୍ଯ୍ୟରୁ ସମାଜକୁ ରକ୍ଷା କରିବା ।

ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ଅନିୟମିତା , ଜୈବବିବିଧତା ଓ ସଙ୍କୁଚନ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ପ୍ରାକୃତିକ ଜଙ୍ଗଲର ବିକାଶ ଅପରିହାର୍ଯ୍ୟ ପରିବେଶ ସମିତି ପକ୍ଷରୁ ବୋଲି କୁହାଯାଇଛିଏହିଅବସରରେ ପରିବେଶ ଆଧାରିତ ପୋଷ୍ଟର ଧରି ସ୍କୁଲ ଛାତ୍ରଛାତ୍ରୀ ମାନେ ପରିସର ମଧ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ କରା ଯାଇଥିଲା ଓଡିଶା ପରିବେଶ ସମିତିର ଆଜୀବନ ସଦସ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ସମିତିର ଅନ୍ୟତମ ଆଜୀବନ ସଦସ୍ୟ ଶ୍ରୀ ସୁକାନ୍ତ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version